ଗାଁମୁଣ୍ଡ ପୋଖରୀରୁ ଭାସମାନ ଅବସ୍ଥାରେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର।
କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତରେ ଭାସମାନ ଅବସ୍ଥାରେ ପୋଖରୀରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମାଛ ଧରିବାକୁ ଘରୁ ବାହାରି ଥିଲେ । ପୋଖରୀରୁ ମିଳିଲା ମୃତ ଦେହ। ପୋଖରୀରେ ବୁଡ଼ି ଜଣେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା। ମୃତକ ବାରିଆଥାନା ଅନ୍ତର୍ଗତ ବାଲିପଶି ଗ୍ରାମର ଲମ୍ବୋଦର ମହାନ୍ତ ଓ ତାଙ୍କ ବୟସ ପାଖାପାଖି ୫୪ବର୍ଷ ହୋଇଥିବା ନେଇ ସୂଚନା। ସକାଳୁ ମାଛ ଧରିବାକୁ ସକାଳ ୬ଟାରେ ଘରୁ ବାହାରି ଆଉ ଘରକୁ ଫେରିନଥିଲେ। ବହୁ ସମୟ ଧରି ଲମ୍ବୋଦର ଘରକୁ ନ ଫେରିବାରୁ ତାକୁ ଘରଲୋକ ଖୋଜାଖୋଜି କରିବାରୁ ଗାଁ ମୁଣ୍ଡ ପୋଖରୀରେ ମୃତଦେହ ଭାସୁଥିବା ଅବସ୍ଥାରେ ଠାବ କରିଥିଲେ । ତେବେ ସେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ଏନେଇ ବାରିଆ ପୋଲିସକୁ ଖବର ଦିଆଯାଇଥିଲା ,ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



