ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ – 2027 : ଯୁବ ପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ
ଢେଙ୍କାନାଳ ତା – 22/09/2026 ରିଖ ସୃଜନଶୀଳତା ନବସୃଜନ ଓ ଦେଶ ଗଠନ ପ୍ରତି ଦାୟିତ୍ୱ ବୋଧକୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ Viksit Bharat Young Leaders Dialogue (VBYLD)-2027 ଆୟୋଜିତ ହେଉଛି। କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ My Bharat ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ କାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି।ଏହି ସଂଳାପ ମାଧ୍ୟମ ରେ ଯୁବକ ମାନଙ୍କୁ “ବିକଶିତ ଭାରତ @୨୦୪୭ ର ଲକ୍ଷ୍ୟ ପ୍ରତି ନିଜର ଚିନ୍ତାଧାରା ଓ ଅବଦାନ ଉପସ୍ଥାପନ କରିବାର ସୁଯୋଗ ମିଳିବ I
VBYLD- 2027 ର Viksit Bharat Challenge Track ର ପର୍ଯ୍ୟାୟ ଭାବେ Viksit Bharat Quiz ଆୟୋଜିତ ହେଉଛି । ଏହା ଏକ ଜାତୀୟ ସ୍ତରର ଅନଲାଇନ କୁଇଜ ଯାହା ମାଇଁ ଭାରତ ପୋର୍ଟାଲ ମାଧ୍ୟମ ରେ ବିଭିର୍ଣ୍ଣ ଭାଷାରେ ଆୟୋଜିତ ହେଉଛି ।ଯୋଗ୍ୟ ଯୁବକ ଯୁବତୀ ମାନେ ବ୍ୟକ୍ତିଗତ ଭାବରେ ଏଥିରେ ଅଂଶ ଗ୍ରହଣ କରି ପାରିବେ। କୁଇଜ ରେ ଚୟନିତଅଂଶ ଗ୍ରହଣ କାରୀମାନେ ପରବର୍ତୀ Viksit Bharat Essay Challenge ପର୍ଯ୍ୟାୟ କୁ ଯିବେ I
17 ଅଗଷ୍ଟ 2026 ସୁଦ୍ଧା 15 ରୁ 29 ବର୍ଷ ବୟସ ର ଯୁବକ- ଯୁବତୀ VBYLD-2027 ରେ ଅଂଶ ଗ୍ରହଣ କରିପାରିବେ I ମାଇଁ ଭାରତ ପୋର୍ଟାଲ ରେ ପୂର୍ବରୁ ପଂଜିକୃତ ଥିବା ଯୁବକମାନଙ୍କୁ ପୁନର୍ବାର ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ Iଅନ୍ୟ ଯୋଗ୍ୟ ଯୁବକମାନେ ପୋର୍ଟାଲ ରେ ପଞ୍ଜିକରଣ କରି ଏହି ପ୍ରକ୍ରିୟା ରେ ଯୋଗଦେଇପାରିବେ I
ବର୍ତମାନ ବିକଶିତ ଭାରତ କୁଇଜ 17 ଅଗଷ୍ଟ ରୁ 30 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଚାଲିବ Iତେଣୁ ଜିଲ୍ଲାରେ ସମସ୍ତ ଯୁବକ ଯୁବତୀ ମନ ଙ୍କୁ ଏହି ସମୟସୀମା ମଧ୍ୟରେ କୁଇଜ ରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି Iଏହି କୁଇଜ ମାଧ୍ୟମ ରେ ଯୁବକଯୁବତୀ ମାନେ VBYLD – 2027 ର ପରବର୍ତୀ ପର୍ଯ୍ୟାୟ ଗୁଡିକରେ ଆଗକୁ ବଢିବାର ସୁଯୋଗ ପାଇପାରିବେ I
କୁଇଜ ପରେ ଚୟନିତ ଯୁବକ ଯୁବତୀ ମାନେ 500 ଶବ୍ଦ ର Viksit Bharat Essay Challenge ରେ ଅଂଶ ଗ୍ରହଣ କରିବେ l ପରବର୍ତୀ ପର୍ଯ୍ୟାୟ ରେ ପ୍ରତ୍ୟକ ଜିଲ୍ଲାର ସର୍ବଶ୍ରେଷ୍ଠ 50 ଟି ନିବନ୍ଧନ କୁ District Championship ର PPT ପର୍ଯ୍ୟାୟ ପାଇଁ ଚୟନ କରାଯିବ। ସେଠାରୁ ପ୍ରତ୍ୟକ ଜିଲ୍ଲାରୁ ସର୍ଵ ଶ୍ରେଷ୍ଠ ୨ଦୁଇଜଣ ପ୍ରସ୍ତୁତକାରୀ State VBYLD ପାଇଁ ସୁଯୋଗ ହାସଲ କରିବେ I
ରାଜ୍ୟ ସ୍ତରରେ ଚୟନିତ ଯୁବକଯୁବତୀ ମାନେ ନିଜର ଚିନ୍ତାଧାରା ଓ ପ୍ରସ୍ତୁତି ଏକ ଜୁରୀ ସମୁଖରେ ଉପସ୍ଥାପନ କରିବେ I ରାଜ୍ୟ ସ୍ତରରେ ପ୍ରଦର୍ଶନ ଆଧାରରେ ଜାତୀୟ ପର୍ଯ୍ୟାୟ ପାଇଁ ରାଜ୍ୟ ଦଳ ଚୟନ କରାଯିବ I ଜାତୀୟ ପର୍ଯ୍ୟାୟ ରେ ଚୟନିତ ଯୁବକ ଯୁବତୀ ମାନେ ନୂଆଦିଲ୍ଲୀ ରେ ବିଶେଷଜ୍ଞ ,ବରିଷ୍ଠ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀ ଙ୍କ ସମ୍ମୁଖରେ ନିଜର ଚିନ୍ତାଧାରା ଉପସ୍ଥାପନ କରିବାର ସୁଯୋଗ ପାଇବେ । ଅଞ୍ଚଳୀୟ ଫାଇନାଲଲିଷ୍ଟମାନେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ସମୁଖରେ ମଧ୍ୟ ନିଜର ପ୍ରସ୍ତୁତି ରଖିବାର ସୁଯୋଗ ପାଇବେ I
ଏହି କାର୍ଯ୍ୟକ୍ରମ କେବଳ କୁଇଜ କିମ୍ବା ପ୍ରତିଯୋଗିତା ରେ ସୀମିତ ନୁହେ IVBYLD- 2027 ରେ Viksit Bharat Challenge Track,Cultural Track,Design for Bharat,Hack for social cause,Youth Enterprenerurs Challenge ଓ Youth Parliament ଭଳି ଛଅଟି Track ରହିଛି ।ଏହା ମାଧ୍ୟମରେ ବିଭିର୍ଣ୍ଣ କ୍ଷେତ୍ର ରେ ପ୍ରତିଭାବାନ ଯୁବକ ଯୁବତୀ ମାନେ ନିଜର ଦକ୍ଷତା ପ୍ରଦର୍ଶନ ର ସୁଯୋଗ ପାଇ ପାରିବେ I
ଜିଲ୍ଲାର ଯୁବ ଯୁବତୀ ମାନଙ୍କୁ ବିକଶିତ ଭାରତ କୁଇଜ ରେ ଅଧିକରୁ ଅଧିକ ସଂଖ୍ଯାରେ ଅଂଶ ଗ୍ରହଣ କରି ଏହି ଜାତୀୟ ଯୁବ ମଞ୍ଚର ଅଂଶ ହେବାକୁ ଅନୁରୋଧ କରାଯାଉଛି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷ୍ୟାନୁସ୍ଥାନ ଗୁଡିକ ମଧ୍ୟ ନିଜ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏ ସମ୍ପର୍କ ରେ ବ୍ୟାପକ ସୂଚନା ପ୍ରସାର କରିବାକୁ ଅନୁରୋଧ କରାଯାଉଛି I
VBYLD – 2027 ରେ ଅଂଶଗ୍ରହଣ ପାଇଁ :
MY Bharat Portal:https://mybharat.gov.in/vbyld-2027



