ବିଧାନସଭାର ସପ୍ତଦଶ ଅଧିବେଶନ ଆରମ୍ଭ: ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି, ବିକାଶମୂଳକ ପ୍ରସଙ୍ଗକୁ ଗୁରୁତ୍ୱ

ଭୁବନେଶ୍ୱର: ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ସପ୍ତଦଶ ଅଧିବେଶନର ସପ୍ତମ ବୈଠକ। ଅଧିବେଶନର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହ କାର୍ଯ୍ୟରେ ଯୋଗଦେଇ ଦିବଙ୍ଗତ ପୂର୍ବତନ ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ଶୋକ ପ୍ରସ୍ତାବ ମାଧ୍ୟମରେ ଦିବଙ୍ଗତ ବ୍ୟକ୍ତିମାନଙ୍କର ରାଜ୍ୟର ବିକାଶ, ଜନସେବା ଓ ସାମାଜିକ କ୍ଷେତ୍ର ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା। ଏହାସହ ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ପ୍ରକାଶ କରିଥିଲେ।
ଏହି ଅଧିବେଶନ ରାଜ୍ୟର ଅର୍ଥନୈତିକ ପ୍ରଗତି, ସାମାଜିକ କଲ୍ୟାଣ ଏବଂ ଜନହିତକର ନୀତି ନିର୍ଦ୍ଧାରଣ ଦିଗରେ ଗୁରୁତ୍ୱ ବହନ କରୁଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେବା ସହ ରାଜ୍ୟର ବିକାଶକୁ ଆହୁରି ଗତି ଦେବାରେ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ କରାଯାଇଛି।



