୧୮୦ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ବୈପାରୀଗୁଡ଼ା/କୋରାପୁଟ : କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ପୋଲିସ କୁ ମିଳିଛି ବଡ ସଫଳତା l ସୂଚନା ମୁତାବକ ଚୋରା ଗଞ୍ଜେଇ କାରବାର ବିରୁଦ୍ଧରେ ଅଭିଯାନ ଜାରି ରହିଥିବା ବେଳେ ବୈପାରିଗୁଡା ପୋଲିସ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି l ଏ ନେଇ ବୈପାରୀଗୁଡ଼ା ପୋଲିସ ଥାନା ପକ୍ଷରୁ ଏକ କେସ୍ ରୁଜୁ କରାଯାଇଛି l ଜବତ ହୋଇଥିବା ଗଞ୍ଜେଇ ର ପରିମାଣ 180 କେଜି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଏହି ଗଞ୍ଜା ବ୍ୟତୀତ ଗୋଟିଏ ସ୍ଵୀଫ୍ଟ ଡିଜାୟାର କାର ପୋଲିସ ଜବତ କରିଛି। ଏ ନେଇ କେଶ ନଂ ୧୫୪ / ୨୦୨୦ U / S 20 (b) (ii) (c) ରେ ମାମଲା ରୁଜୁ ହୋଇଛି l




