
ରୋଗୀ ସେବା ନାମ ରେ ଲୁଟ
ଗରିବ ସାହା ହେବ କିଏ
(ଜେ ବି ଏନ /ସୁଶାନ୍ତ କୁମାର) ୧୯/୦୧ /୨୦୨୧ ଢେଙ୍କାନାଳ ର ଭୁବନ ବ୍ଲକ ଅନ୍ତର୍ଗତ ବୋଲିଵୋ ଗ୍ରାମର ରମାପ୍ରିୟା ଦାସ ଯିଏ କି ଦୀର୍ଘ 5ବର୍ଷ ତଳେ ପେଟରୋଗ ଜନିତ କାରଣରୁ କଟକ ର ମଙ୍ଗଳାବାଗ ନିକଟରେ ଥିବା ପାଢ଼ୀ ମେଡିକାଲ(Padhi Medical) ରେ ଡକ୍ଟର ନାରାୟଣ ମଲ୍ଲିକ ଙ୍କ ଦ୍ଵାରା ଅପେରେସନ ହୋଇ ଥିଲେ।ଅପରେସନ ହୋଇଥିଲେ ମଧ୍ୟ, ବାରମ୍ବାର ତାଙ୍କର ଦେହ ଅସୁସ୍ଥ ହୋଇଥିଲା ।
ସେଠାରୁ ସେ ଫେରିବା ପରେ ଢେଙ୍କାନାଳ ମେଡ଼ିକଲ ରେ ଦେଖାଇଲେ ମଧ୍ୟ ସେଠାରୁ ଡାକ୍ତର କୌଣସି ଉର୍ଣ୍ଣତ ଯନ୍ତ୍ରପାତି ନ ଥିବାରୁ ତାଙ୍କୁ କଟକ(ଏସ ସି ବି)ମେଡିକାଲ ରେଫର କରିଥିଲେ ।କଟକ ମେଡିକାଲ କଲେଜ ରେ ଦେଖାଇବାରୁ ଡାକ୍ତର ଏହାକୁ ପାରିବେନି କହି ସେହି ପାଢ଼ୀ ହସ୍ପିଟାଲ କୁ ପଠେଇଦେଇଥିଲେ ।ସେଠାରେ ତାଙ୍କର ଚିକିତ୍ସା କରିଥିବା ଡାକ୍ତର ତାଙ୍କ ଉପରେ ବିରକ୍ତି ହେବା ସହ ଯଦି ଆଉ କେବେ ସେଠାକୁ ଯାଆନ୍ତି ତେବେ ତାଙ୍କୁ ମେଣ୍ଟାଲ ହସ୍ପିଟାଲ(ପାଗଳ ଚିକିତ୍ସା କେନ୍ଦ୍ର) କୁ ପଠେଇଦେବେ କହି ଧମକ ଦେବା ସହ ମେଡିକାଲ ରୁ ଘଉଡ଼ାଇ ଦେଇଥିଲେ ।ଏହାକୁ ନେଇ ରମାପ୍ରିୟା ଆଜି ଢେଙ୍କାନାଳ ମହିଳା ସହଯୋଗ କେନ୍ଦ୍ର କୁ ଆସି ନିଜର ଅସୁବିଧା ଜଣାଇଥିଲେ । ରମାପ୍ରିୟା ଦାସ ଙ୍କ ଘରେ ପାଗଳ ପୁଅଟେ ଅଛି ,ସ୍ୱାମୀ ହାତ ଭାଙ୍ଗି ଯିବାରୁ କିଛି କାମ କରିପାରୁନାହାନ୍ତି ।ଯାହା ଦ୍ୱାରା ବର୍ତମାନ ସମଗ୍ର ପରିବାର ଭୋକ ଉପବାସରେ ଜୀବନ ବିତାଉଛନ୍ତି ।ଯଦି ସରକାରଙ୍କ ତରଫରୁ ରମାପ୍ରିୟା ଙ୍କୁ ସହଯୋଗ ର ହାତ ବଢ଼ାଇବା ସହ ଉକ୍ତ ପାଢ଼ୀ ହସ୍ପିଟାଲର ଅଭିଯୋଗ ଡାକ୍ତର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଜାଏ ତେବେ ତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ସେ ଅନୁରୋଧ କରିଛନ୍ତି ।



