ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ୟବ୍ରତ ଭୋଇ ଙ୍କ କୋଦଳା ଥାନା ଗସ୍ତ

ଜେ ବି ଏନ, ବ୍ରହ୍ମପୁର(ଟୁକୁନା ପ୍ରଧାନ, ୨୪.୦୧.୨୦୨୧) -: ଆଜି ଦକ୍ଷିଣାଞ୍ଚଳର ଡି ଆଇ ଜି ବ୍ରହ୍ମପୁର ଶ୍ରୀ ସତ୍ୟବ୍ରତ ଭୋଇ କୋଦଳା ଥାନା ଆସି ସୁମଣ୍ଡଳ ଠାରେ ଗୁଳିକାଣ୍ଡରେ ମୃତ୍ୟୁ ଘଟଣାର ତଦନ୍ତ ଉପରେ ସମୀକ୍ଷା କରି ଫେରିଛନ୍ତି l ଗତ ୨୦ ତାରିଖରେ ସୁମଣ୍ଡଳ ବଜାର ଉପରେ ଥିବା ଏକ ଚା ଦୋକାନ ସମ୍ମୁଖରେ ବେଗୁନିଆପଡ଼ା ବ୍ଲକ ପୁର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଦୁର୍ବୁତ୍ତ ମାନେ ଗୁଳିକରି ହତ୍ୟା କରିଥିଲେ l



