ପୁଣି ସାମ୍ନାକୁ ଆସିଲା ଚାଞ୍ଚଲ୍ୟ କର ଘଟଣା ପାଞ୍ଚ ବର୍ଷ ର ନାବାଳିକା ଶିଶୁକନ୍ୟା ଦୁଷ୍କର୍ମ ର ଶିକାର

ଜେ ବି ଏନ, ୨୭/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ ),ଅନୁଗୋଳ : ପୁଣି ସାମ୍ନାକୁ ଆସିଲା ଚାଞ୍ଚଲ୍ୟ କର ଘଟଣା ପାଞ୍ଚ ବର୍ଷ ର ନାବାଳିକା ଶିଶୁକନ୍ୟା ଦୁଷ୍କର୍ମ ର ଶିକାର l ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାପଘରl ପଂଚାୟତ ଅନ୍ତର୍ଗତ ବନ୍ତୁଲ ଗ୍ରାମରୁ l ସେହି ବନ୍ତୁଲ ଗାଁ ର ସୁର ଗୋଛାୟତ ଙ୍କ ପାଞ୍ଚ ବର୍ଷ ର ଝିଅ କୁ ରିଙ୍କୁ ସେଠି ନାମକ ଜଣେ ଛବିସ୍ ବର୍ଷ ର ଯୁବକ ଦୁଷ୍କର୍ମ କରିଥିବା ନେଇ ଠାକୁରଗଡ଼ ଥାନା ରେ ବାପା ସୁର ଗୋଛାୟତ ଲିଖିତ ଅଭିଯୋଗ କରିଛନ୍ତି l ଘଟଣା ସୂତ୍ରରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ରିଙ୍କୁ ସେଠି ନାମକ ଜଣେ ଯୁବକ ଗତକାଲି ପ୍ରାୟ ସକାଳ ସାଢେ ଏଗାର ଟା ସମମୟ ରେ l ଏକ ମଟର ସାଇକେଲ ରେ ଆସି ରାସ୍ତା ରେ ଖେଳୁ ଥିବା ପାଞ୍ଚ ବର୍ଷ ର ଝିଅ ତୁଳସୀ ଗୋଛାୟତ କୁ ନିଜର ସମ୍ପର୍କୀୟ ପରିଚୟ ଓ ଚକଲେଟ୍ ଖାଇବାର ପ୍ରଲଭନ ଦେଖାଇ l ସେଠାରୁ ବାଇକ୍ ରେ ବସାଇ ଝିଅକୁ ନେଇଯାଇଥିଲା l ଓ ପରେ ଗାଁ ର ନିକଟସ୍ଥ ଏକ ଆମ୍ବ ତୋଟା ଭିତରେ ପ୍ରଥମେ ଝିଅକୁ ଭୟ ଭିତ କରି ମାଡମାରିଥିଲା l ଏଂବ ଶିଶୁ କନ୍ୟା ଜଣକ ଜୋର ରେ ପାଟିକରିବାରୁ ପାଟିରେ ଗାମୁଛା ଚାପି ଦୁଷ୍କର୍ମ କରିଥିଲା l ଓ ଶେଷରେ ଝିଅକୁ ଆଣି ରାସ୍ତାରେ ଛାଡି ଦୁଷ୍କର୍ମ କାରି ସେଠାରୁ ଫେରାର ହୋଇଯାଇଥିଲା l ଘର ଲୋକେ ଝିଅ କୁ ଦୁଇ ଘଣ୍ଟା ଧରି ବହୁ ଖୋଜା ଖୁଜି କରିବା ପରେ ଶେଷରେ ରାସ୍ତା ଉପରୁ ପରିବାର ଲୋକେ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପାଇଥିଲେ l ଝିଅର ଏପରି ଅବସ୍ଥା ଦେଖି ବାପା ସୁର ଗୋଛାୟତ ପୀଡିତ ଝିଅ ନେଇ ପ୍ରଥମେ ମେଡିକାଲ ରେ ଭର୍ତି କରିଥିଲେ l ଓ ପରେ ଝିଅକୁ ନେଇ ଠାକୁରଗଡ଼ ଥାନା କୁ ଆସି ଘଟଣା ର ସମସ୍ତ କଥା ବଖାଣି ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଠାକୁରଗଡ଼ ଥାନା ଅଧିକାରୀ ଶ୍ରୀଯୁକ୍ତ ପିତାମ୍ବର ମଲ୍ଲିକ ପୀଡିତା ଙ୍କୁ ଘଟଣା ସମ୍ବନ୍ଧ ରେ ପଚରା ଉଚରା କରି l ସଂଗେ ସଂଗେ ସଦଳ ବଦଳେ ଘଟଣା ସ୍ଥଳରେ ପହଂଚି ଘଟିଥିବା ଘଟଣା କୁ ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ l ଅଭିଯୁକ୍ତ ଙ୍କ ନାମରେ କେସ୍ ନଂ 24/21ଦଫା 363 / 376 / A B, ଆଇ ପି ସି 6 ( 1) ପୋସ୍କୋ ଆକ୍ଟ ରେ କେସ ରୁଜୁ କରି ଥାନାରେ ଅଟକ ରଖି ଅଧିକ ତଥ୍ୟ ପାଇଁ ତଦନ୍ତ ଚଳାଇ ଛନ୍ତି l



