ଏସ୍ପାଇର ସାଇନ୍ସ ପଇଣ୍ଟ ( ASPIRE SCIENCE POINT) ରେ ସାଧାରଣତନ୍ତ୍ର ଦିବସ ପାଳିତ

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୨୭.୦୧.୨୦୨୧) -: ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି କୁମୁଟି ସାହି ସ୍ଥିତ ଏସ୍ପାଇର ସାଇନ୍ସ ପଇଣ୍ଟ ରେ (ASPIRE SCIENCE POINT ) ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜାତୀୟ ପତ୍ତାକା ଉତ୍ତୋଳନ କରାଯାଇ ଥିବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ।



