ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୁଷ୍ପଭିଷେକ ଓ ରାଜ୍ୟାଭିଷେକ ଉତ୍ସବ ପାଳିତ

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୁଷ୍ପଭିଷେକ ଓ ରାଜ୍ୟାଭିଷେକ ଉଛବ ପାଳିତ l ଜଗତସିଂହପୁର ଜ଼ିଲ୍ଲା ର ପ୍ରସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ପୁଷ୍ପଭିଷେକ ଓ ରାଜ୍ୟାଭିଷେକ ଉଛବ ମହାସମାରୋହରେ ପାଳିତ ହୋଇଯାଇଛି !ପୂର୍ବାହ୍ନ ରେ ମହାପ୍ରଭୁ ମାନଙ୍କର ସମସ୍ତ ଦେବନୀତି କାନ୍ତି ସମାପ୍ତ ପରେ ରାଜ୍ୟାଭିଷେକ ଉଛବ ପାଳିତ ହୋଇଥିଲା ! ଠାକୁର ରାଜା ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇଥିଲେ ! ବଡ଼ ଦାଣ୍ଡରୁ ଅତାଧିକ ସେବାୟତ, ପରିଚାଳନା ଟ୍ରଷ୍ଟ କର୍ମକର୍ତା ଏକ ଶୋଭାଯାତ୍ରା ରେ ଠାକୁର ରାଜା ଙ୍କୁ ବେଢା ପରିକ୍ରମା କରି ଶ୍ରୀଜୀଉ ମାନଙ୍କ ଦର୍ଶନ ପରେ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା !ଠାକୁର ରାଜା ଉପସ୍ଥିତ ଥିବା ସାମ୍ବାଦିକ, BDO. DIPRO. ତହସିଲଦାର, ସ୍ଵାସ୍ତ୍ୟ କର୍ମଚାରୀ ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କାଟିଥିଲେ ! ଏହି ସମସ୍ତ କାର୍ଯ୍ୟକ୍ରମ କୁ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି କାଳୀ କିଂକର ଆଚାର୍ଯ୍ୟ, ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ସଭ୍ୟ ରାମଚନ୍ଦ୍ର ଦାଶ, ପ୍ରଫୁଲ ଚନ୍ଦ୍ର ସାହୁ, ପୁରୋଧା ସୁରେନ୍ଦ୍ର ନାଥ ଦାଶ ପ୍ରମୁଖ ପରିଚାଳନା କରିଥିଲେ !




