ପୁଣି ବିଧାୟକ ଅଡୁଆରେ

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, JBN ବ୍ୟୁରୋ), ଅନୁଗୋଳ : ୨୫ ତାରିଖରେ ଜଣେ ଯୁବତୀଙ୍କ ହରକତ ଅନୁଗୋଳ ଜିଲ୍ଲାର ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ମୁକେଶ କୁମାର ପାଲଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଯୁବ ତଥା ଅବିବାହିତ ମୁକେଶଙ୍କୁ ବିବାହ କରିବାକୁ ଜିଦ୍ କରି ଯୁବତୀ ଜଣଙ୍କ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଧାୟକଙ୍କ ବାଲିପଶିସ୍ଥିତ ବାସଭବନରେ ଦୀର୍ଘ ସମୟ ଯୁକ୍ତିତର୍କ କରିଥିଲେ । ପରିସ୍ଥିତି ଜଟିଳ ହେବା ଆଶଙ୍କା କରି ରାତି ପ୍ରାୟ ସାଢ଼େ ୧ଟା ବେଳେ ପୁଲିସ ସଂପୃକ୍ତ ଯୁବତୀଙ୍କୁ ବିଧାୟକଙ୍କ ଘରୁ ଉଠାଇ ଆଣିବା ରାଜନୈତିକ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ମହଲରେ ପ୍ରକାଶ ଯେ , ପାଳଲହଡ଼ା ବିଜେଡି ବିଧାୟକଙ୍କୁ ବିବାହ କରିବାକୁ ମନ ବଳାଇଥିଲା ଯୁବତୀଙ୍କ ଘର ମୟୁରଇଂଜ ଜିଲ୍ଲାରେ । ମାଲ୍ୟଗିରି ମହୋତ୍ସବରେ କୁଆଡ଼େ ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ , ପରେ ମିଳାମିଶା ବଢ଼ିଥିଲା । ହେଲେ ବିଧାୟକ ଏତଲାରେ ଦର୍ଶାଇଛନ୍ତି କି , ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ସଂପୃକ୍ତ ଯୁବତୀଙ୍କ ସହ ବିବାହ ପ୍ରସ୍ତାବ ଆସିଥିଲା । ପରେ ଦେଖୁବେ କହି ବିଧାୟକ ଏ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ । ଯୁବତୀ ଜଣକ କିନ୍ତୁ ତାଙ୍କ ମୋବାଇଲ୍ ନମ୍ବର ଯୋଗାଡ଼ କରି ଫୋନ୍ କରନ୍ତି । ଘଣ୍ଟା ଘଣ୍ଟା କଥା ହେବାକୁ କୁହନ୍ତି । ସେ ବିବାହ ପାଇଁ ବାଧ୍ୟ କରିବାରୁ ବିଧାୟକ ରାଜି ହୋଇନଥିଲେ । ତା ‘ ସର୍ ତାଙ୍କୁ ବିବାହ କରିବାକୁ ପ୍ରଶାସନିକ ଅଧୁକାରୀ , ରାଜନୈତିକ କର୍ମୀଙ୍କ ଜରିଆରେ ଯୁବତୀ ଜଣକ ଚାପ ପକାଉଥିଲେ ବୋଲି ବିଧାୟକ ପ୍ରକାଶ କରିଛନ୍ତି । ୬ ମାସ ତଳୁ ବିବାହ କରିବେନି ବୋଲି ରୋକ୍ ଶୁଣାଇ ଦେଇଛନ୍ତି । ତା ‘ ସତ୍ତ୍ଵ ବିବାହ ନକଲେ ରାଜନୈତିକ କ୍ୟାରିୟର ନିଷ୍ଣୁ କରିବା ସହ ମିଛ କେସ୍ରେ ପରିବାରକୁ ଫସେଇ ଦେବି ବୋଲି ଯୁବତୀ ଜଣକ କୁଆଡ଼େ ବିଧାୟକଙ୍କୁ ଧମକ ଦେଇ ଆସୁଥିଲେ ।
ଏହି ଘଟଣାରେ ଯୁବତୀଙ୍କ ସହ ବିଧାୟକଙ୍କର କି ସମ୍ପର୍କ ତା ‘ ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ସେପଟେ ଯୁବତୀଙ୍କ କାର୍ଯ୍ୟକଳାପ ନେଇ ବିଧାୟକ ଆଇର ଆଶ୍ରୟ ନେଇଛନ୍ତି । ଗତକାଲି ମଧ୍ୟାହ୍ନରେ ବିଧାୟକ ଶ୍ରୀ ପାଲ ଯୁବତୀଙ୍କ ବିରୋଧରେ ପାଳଲହଡ଼ା ଥାନାରେ ଲିଖୁତ ଅଭିଯୋଗ କରିଛନ୍ତି । ସଂପୃକ୍ତ ଯୁବତୀଙ୍କ ନାମରେ ଆଇପିସି ଧାରା ୪୪୮ , ୫୦୬ରେ ପାଳଲହଡ଼ା ପୁଲିସ ଏକ ମାମଲା ରୁଜୁ କରିଛି । ଯୁବତୀ ଜଣକ ବିବାହ କରିବାକୁ ଜିଦ୍ କରି ନିରାଶ ହେବାରୁ ତାଙ୍କର ରାଜନୈତିକ କ୍ୟାରିୟର୍ ନଷ୍ଟ କରିବାକୁ , ତାଙ୍କୁ ବଦନାମ୍ କରାଯାଉଛି ବୋଲି ବିଧାୟକ ଶ୍ରୀ ପାଳ ଏତଲାରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ , ଦୁଇ ବର୍ଷ ତଳେ ଜିଲ୍ଲାର ଅନ୍ୟ ଜଣେ ବିଧାୟକ ମଧ୍ୟ ସମଦଶା ଭୋଗିଥିଲେ । ତାଙ୍କର ସ୍ତ୍ରୀ ଦାବି କରି ସରକାରୀ କ୍ଲାର୍ଟର୍ସ , ତାଙ୍କର ପୈତୃକ ବାସଭବନ ଆଗରେ ଯୁବତୀ ଜଣକ ହଙ୍ଗାମା କରିଥିଲେ ।



