
ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ
ବେଡାଶାସନ କୁ ହରାଇ ପଣ୍ଡପୁର କ୍ରିକେଟ ଏକାଦଶ ଚମ୍ପିଆନ
(ଜେ ବି ଏନ୍/ସୁବ୍ରତ କୁମାର ) ୨୫.୦୧.୨୦୨୧ ଅନୁଗୋଳ : ଅନୁଗୋଳ ବ୍ଲକ ଅନ୍ତର୍ଗତ ସୁନାଭୂଇଁ କ୍ରିକେଟ ପଡିଆ ଠାରେ ମା ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାନସଭାର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ ପୁତ୍ର ତଥା ଯୁବନେତା ଅରୁଣାଭ ସିଂହ ଓ ସମ୍ମାନୀତ ଅତିଥି ଭାବେ ବସଲା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତା ସାହୁ, ଅନୁଗୋଳ ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ ପ୍ରମୂଖ ଉପସ୍ଥିତ ରହି ଏହି ଉଦଯାପନୀ ଦିବସକୁ ଉପଭୋଗ କରିଥିଲେ। ଏହି ଫାଇନାଲ୍ ମ୍ୟାଚ ପଣ୍ଡପୁର ଓ ବେଡାଶାସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ଟି ୨୦ ଓଭର ବିଶିଷ୍ଟ ଥିଲା।

ପଣ୍ଡପୁର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୫ ରନ କରିଥିଲା ଏବଂ ଦ୍ଵିତୀୟ ଇଂନିସ ବେଡାଶାସନ ଖେଳି ୧୬୩ ରନ କରି ପରାସ୍ତ ହୋଇଥିଲା। ପଣ୍ଡପୁର କ୍ରିକେଟ ଏକାଦଶ ଶେଷରେ ଚମ୍ପିଆନ ହୋଇଥିଲା। ଶହ ଶହ ସଂଖ୍ୟାରେ ଦର୍ଶକ ମନଭରି ଉପଭୋଗ କରିଥିଲେ ଏହି ଫାଇନାଲ୍ ମ୍ୟାଚ କୁ। ଚମ୍ପିଆନ ଟ୍ରଫି ହାସଲ କରିଥିବା ଦଳକୁ ୧୦, ୦୦୦ ଟଙ୍କାର ଅର୍ଥ ରାଶି ଓ ରନର୍ସ ଅପ ଟ୍ରଫି ହାସଲ କରିଥିବା ଦଳକୁ ୬୦୦୦ ଟଙ୍କାର ଅର୍ଥ ରାଶି ପିତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା। ପିତାବଳୀ କ୍ରିକେଟ କ୍ଲବର ସଦସ୍ୟ ମାନେ ଏହି ଖେଳଟିକୁ ପରିଚାଳନା ଓ ଆୟୋଜନ କରିଥିଲେ।



