ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ପାଇଥିଲେ ଚାକିରୀ , ଏବେ ବିଦା କଲେ ଜିଲ୍ଲାପାଳ

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ଦିଲ୍ଲୀପ କୁମାର ବେହେରା), ମାଲକାନଗିରି : ମାଲକାନଗିରି ଜିଲ୍ଲା ମଙ୍ଗଳ ବିଭାଗରେ ୧୯୯୬ ମସିହାରେ ଜାଲ୍ ଜାତିଗତ ପ୍ରମାଣ ପତ୍ର ଦାଖଲ କରି କିରାଣି ହୋଇଥିଲେ । ପରେ ପ୍ରମୋସନ ପାଇ ବରିଷ୍ଠ କିରାଣୀ ଭାବେ ନିଯୁକ୍ତି ପାଇଥିବା ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ରବିବାର ମାଲକାନଗିରି ଜିଲ୍ଲାପାଳ ଡଃ ଯୁଦୁଲା ବିଜୟ ଚାକିରୀରୁ ବହିସ୍କୃତ କରିଛନ୍ତି । ସୂଚନା ଅନୁସାରେ , ଲକ୍ଷ୍ମୀପ୍ରିୟା କଳାହାଣ୍ଡି ଜିଲ୍ଲାର ମୂଳବାସିନ୍ଦା ହେଉଛନ୍ତି ଲକ୍ଷ୍ମୀପ୍ରିୟା ବେହେରା । ସେ ଓବିସି ବର୍ଗର ହୋଇଥିବା ବେଳେ ଜାଲ ଆଦିବାସୀ ଜାତିଗତ ପ୍ରମାଣପତ୍ର ଦାଖଲ କରି ମାଲକାନଗିରି ଜିଲ୍ଲାରେ କନିଷ୍ଠ କିରଣୀ ଭାବେ ଚାକିରୀ କରିଥିଲେ । ନିକଟରେ ତାଙ୍କର ବରିଷ୍ଠ କିରାଣିକୁ ପଦୋନ୍ନତି ହୋଇଥିଲା । ସେ ଜାଲ୍ ପ୍ରମାଣ ପତ୍ର ଦାଖଲ କରି ଚାକିରୀ କରିଥିବା ସମ୍ପର୍କରେ କେହି ଜଣେ ଆରଡିସିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ତଦନ୍ତରୁ ଜାଲ୍ ଜାତିଗତ ପ୍ରମାଣପତ୍ର ପ୍ରମାଣ ମିଳିବାପରେ ଲକ୍ଷ୍ମୀପ୍ରିୟାଙ୍କୁ ଜିଲ୍ଲାପାଳ ଚାକିରୀରୁ ବହିସ୍କୃତ କରିଛନ୍ତି । ଏହାସହ ଚାକିରୀ କାଳରେ ସରକାରଙ୍କଠାରୁ ପାଇଥିବା ଦରମା ବାବଦକୁ ଟଙ୍କା ପୈଠ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉପ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ଦୋରା ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ବହିସ୍କୃତ କିରାଣି ଲକ୍ଷ୍ମୀପ୍ରିୟା ଛୁଟିରେ ଥିବାରୁ ତାଙ୍କର ମତାମତ ମିଳି ପାରିନାହିଁ ।



