ଭାରସାମ୍ୟ ହରାଇ ଓଲଟି ପଡିଲା ଟମାଟୋ ବୋଝେଇ ପିକଅପ ଭ୍ୟାନ

ଜେ ବି ଏନ, ୩୧/୦୧/୨୦୨୧, (ରିପୋର୍ଟ, : ମଦନ ସାହୁ), ଅନୁଗୁଳ: ଭାରସାମ୍ୟ ହରାଇ ଓଲଟି ପଡିଲା ଟମାଟୋ ବୋଝେଇ ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ୩ ଚାଷୀ । ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଦେବଗଡ଼ ରାସ୍ତା ମାମୁରିଆ ଗାଁରେ ଘଟିଛି ଏହି ଦୁର୍ଘଟଣା ।
ଚାଷୀମାନେ ଦେବଗଡ଼ ଜିଲ୍ଲାରୁ ଟମାଟୋ ନେଇ କଟକକୁ ବିକ୍ରି କରିବାକୁ ଯାଉଥିବାବେଳେ ଏକ ଗାଡି ସାଇଡ ମାରିବାରୁ ପିକଅପ ରାସ୍ତାର ୧୦ ଫୁଟ ତଲକୁ ଓଲଟି ପଡିଥିଲା । ତେବେ ଗାଡିରେ ବସିଥିବା 3 ଜଣ ଚାଷୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।




