ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ କୁ ପରିଭ୍ରମଣ ରେ ଆସିଲେ ବିଧାୟକ

ଜାଗ୍ରତ ଭାରତ ନ୍ୟୁଜ, ୦୩/୦୩/୨୦୨୧, (ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ)କଣିହାଁ : ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ କୁ ପରିଭ୍ରମଣ ରେ ଆସି ଫେରି ଯାଇଛନ୍ତି ବିଧାୟକ ବ୍ରଜ କିଶୋର ପ୍ରଧାନ । ତାଳଚେର ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖ ର ସାଥି ପାଳଟିଥିବା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ପରିଦର୍ଶନକରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ କିପରି ଭାବରେ ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ଓ କଲେଜର ଉନ୍ନତି କରଣ ହେବ ସେ ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ କଲେଜର ସ୍ଥାନୀୟ ସଭ୍ଯ ଉପସ୍ଥିତ ଥିବା ଜଣାପଡ଼ିଛି l




