
ଢେଙ୍କାନାଳ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ ହୋଇଯାଇଛି।
ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୦୯/୦୩ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ଆନ୍ତର୍ଜତିକ ମହିଳା ଦିବସ ପାଳିତ ହୋଇଯାଇଛି ।ଢେଙ୍କାନାଳ ସ୍ଥିତ ମିନି ଷ୍ଟାଡିୟମ ପ୍ରାରମ୍ଭରେ ବାଜିଚୌକ ଛକ ଠାରୁ ଏକ ବିଶାଳ ମହିଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ସଭା ସ୍ଥଳରେ ପହଞ୍ଚିଥିଲା । ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭା ହୋଇଥିଲା। ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳମାନେ ଶିକ୍ଷିତ ହେଲେ ଦେଶର ପ୍ରଗତି ହୋଇପାରିବ ବୋଲି କହିଥିଲେ । ଏଥିସହ ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ପ୍ରଣୟନ କରିଥିବା ଯୋଜନା ସମ୍ପର୍କରେ ଶ୍ରୀ ସାମଲ ସୂଚନା ଦେଇଥିଲେ ।
ଢେଙ୍କାନାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ବିଜୟ କୁମାର ନାୟକ , ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ରୁବି ବିଶ୍ୱାଳ , ଗନ୍ଦିଆ ପଞ୍ଚାୟତ ଅଧକ୍ଷା ଗୀତାଞ୍ଜଳୀ ଭୁୟା , ସଦର ବ୍ଲକ୍ ଅଧ୍ୟକ୍ଷା ପଦ୍ଧିନୀ ନାଏକ , ଜିଲ୍ଲା ପରିଷଦ ସଭ୍ୟ ଅର୍ଚ୍ଚନା ସାହୁ , ରଶ୍ମୀଶ୍ରୀ ମହାଳିକ , ଗନ୍ଦିଆ ବ୍ଲକ ମହିଳା ସଭାନେତ୍ରୀ ତଥା ପୋରୁହ ଖୋଜ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା , ସଦର ବ୍ଲକ ମହିଳା ସଭାନେତ୍ରୀ ସୁନୀତା ସାହୁ , ଢେଙ୍କାନାଳ ନଗର ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ , ମହିଳା ବିଜେଡି ସାଧାରଣ ସମ୍ପାଦିକା ତିଜୋରମା ଚୌଧୁରୀ ପ୍ରମୁଖ ନେତ୍ରୀମାନେ ମହିଳାମାନେ ସଶକ୍ତ ଓ ସ୍ୱାବଲମ୍ବୀ ହେବାକୁ ଆହ୍ବାନ ଦେଇଥିଲେ । ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ମହିଳା ବିଜେଡ଼ି ସାଧାରଣ ସମ୍ପାଦିକା ଉର୍ବଷୀ ମହାପାତ୍ର, ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ବିଜୁ କୃଷକ ଜନତା ଦଳ ସଭାପତି ନରୋତ୍ତମ ସାହୁ , ଜିଲ୍ଲା ଛାତ୍ର ସଭାପତି ସୁରଜ ମହାପାତ୍ର , ଯୁବ ନେତା ଦୀପକ କୁମାର ମିଶ୍ର , ନିରାକାର ରାଉତ , ସୁଧାଂଶୁ କୁମାର ଦଳେଇ , ସଂଖ୍ୟାଲଘୁ ସେଲ ସଭାପତି ଅସିଂଫ ଖାଁ , ରମେଶ କୁମାର ସାମଲ , ଢେଙ୍କାନାଳ ଯୁବ ବିଜେଡି ନଗର ସଭାପତି ବିନୋଦ କୁମାର ମହାନ୍ତି , ଶ୍ରୀକାନ୍ତ କୁମାର ଧଳ , ଦେବୀଶଙ୍କର ଶର୍ମା , ରଜୁ ପଣ୍ଡି , ସୋନୁରାମ ସିଂ , ସୁଶିଲ ଗୋଛାୟତ , ବିଶ୍ୱରଞ୍ଜନ ସାହୁ , ରଞ୍ଜନ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।



