ଆସ୍କା ସାଂସଦ ପ୍ରାର୍ଥୀ ରାଜୀବ ଖାଡ଼ଙ୍ଗାଙ୍କ ପିତୃ ବିୟୋଗ

ଜେ ବି ଏନ, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର (୨୧.୦୩.୨୦୨୧) -: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅମରେଶ୍ୱର ନଗର ବାସଭବନରେ ଆସିକା ସାଂସଦ ପ୍ରାର୍ଥୀ ରାଜୀବ ଖାଡଙ୍ଗା ଙ୍କ ବାପା ତଥା ଅବସରପ୍ରାପ୍ତ ଭି ଏଲ୍ ଡବ୍ଲୁ ସ୍ଵର୍ଗତ କୃତିବାସ ଖାଡଙ୍ଗାଙ୍କ ଆଜି ପରଲୋକ ହୋଇଯାଇଛି l କିଛିଦିନ ହେଲା ସେ ଅସୁସ୍ଥ ଥିଲେ ଓ ଚିକିତ୍ସିତ ହେଉଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷ ଦର୍ଶନ ନିମନ୍ତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ପରିବାର ବର୍ଗ ଓ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦ୍ ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)