ଭୋର୍ ସମୟରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ ହେବା ସହ ଦୁଇ ଗୋରୁ ମୃତ

ଜେ ବି ଏନ, ୩୦/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ବଅଁରପାଳ : ଆଜି ଭୋର୍ ପ୍ରାୟ ୨.୫୫ ମିନଟ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ଗୋରୁ ମୃତ୍ୟୁ ବରଣ କରିଛନ୍ତି l ସୂଚନା ମୁତାବକ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଣ୍ଠି ଗଡ଼ିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା l ଗଣ୍ଠି ଗାଡ଼ିଆ ଗ୍ରାମର କଳ୍ପ ସାହୁଙ୍କ ପୁଅ ମଙ୍ଗଳୁ ଚରଣ ସାହୁଙ୍କ ଦୁଇ ବଖରା ଓ ଗାଈ ଗୁହାଳରେ ନିଆଁ ଲାଗି ଯାଇଥିଲା l
ଅଗ୍ନିକାଣ୍ଡ ଘଟିବା ସମୟରେ ଗ୍ରାମବାସୀ ମାନେ ଶୋଇ ପଡିଥିବା ବେଳେ ଚାଳ ରୁ ବାଉଁଶ ଫାଟି ଶବ୍ଦ ହୋଇଥିଲା l ଫଲରେ ଲୋକମାନେ ଅଗ୍ନିକାଣ୍ଡ ଭାବି ଉଠି ଦେଖିଥିଲେ l ମାତ୍ର ପାଞ୍ଚ ମିନିଟ ସମୟରେ ସବୁ ପୋଡି ପାଉଁଶ ହୋଇଯାଇଛି l ତୁରନ୍ତ ଗ୍ରାମବାସୀ ମାନେ ଦମକଳବାହିନୀ ଙ୍କୁ ଖବର ଦେଇଥିଲେ l ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିବା ମଧ୍ୟରେ ଅଗ୍ନିକାଣ୍ଡରେ ଦୁଇବଖରା ଘର ସହ ଗାଇ ଗୁହାଳ ପୋଡି ପାଉଁଶ ହୋଇଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ ହେବା ସହ ଦୁଇଟି ଗୋରୁ ର ମୃତ ହୋଇଛି l ତେବେ ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)