( ଆମ ଆଦିମି ପାଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ 
)
ଜଗତସିଂହପୁର
ତା =26/2/23
ରାଜ୍ୟ ସରକାର ମିଶନ ଶକ୍ତି କୁ ଫଳପ୍ରଦ କରିବା ଉଦେଶ୍ୟରେ ତୃଣମୂଳ ସ୍ତରରେ ଏମ.ଵି .କେ | ସିଆରପି | କୃଷିମିତ୍ର | ପ୍ରାଣୀମିତ୍ର | ବ୍ୟାଙ୍କମିତ୍ର | ଏଲ.ଏସ.ପି ମାନଙ୍କୁ ଦୀର୍ଘଦିନ ହେବ ବିଭିନ୍ନ କାର୍ଯ୍ୟ ରେ ନିୟୋଜିତ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ କର୍ମଚାରୀ ମାନଙ୍କ ଚାକିରୀର ସ୍ଥାୟିତ୍ୱ ଓ ଦରମା ବୃଦ୍ଧି ନିମନ୍ତେ ଏମାନେ ଦୀର୍ଘଦିନ ହେବ ଦାବି କରିଆସୁଥିଲେ ମଧ୍ୟ ରାଜ୍ୟସରକାର ଏମାନଙ୍କ ଦାବୀ ପ୍ରତି କର୍ଣ୍ଣପାତ କରୁନାହାନ୍ତି | ଚଳିତ ବଜେଟରେ ମଧ୍ୟ କୌଣସି ଆର୍ଥିକ ଅନୁଦାନର ବ୍ୟବସ୍ଥା କରିନାହାନ୍ତି । ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ଆମଆଦମୀ ପାର୍ଟି କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ଜ଼ିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଆସନ୍ତା 28ତାରିଖରେ ମିଶନ ଶକ୍ତି ର ମହିଳା ମାନେ ବିଭିନ୍ନ ଦାବି ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ମନୋରମା ସେଠୀଙ୍କ ସଭାପତିତ୍ୱରେ ବିରିଡି ବ୍ଲକ ସଭାପତି ବସନ୍ତ କୁମାର ନନ୍ଦ | ତ୍ରିତୋଲ ବ୍ଲକ ସଭାପତି ଇନସାର ଉଦ୍ଦିନ | କୁଜଙ୍ଗ ବ୍ଲକ ସଭାପତି ଦିବାକର ସ୍ବାଇଁ | ପାରାଦ୍ୱୀପ ପୌର ପରିଷଦ ସଭାପତି ଫିରୋଜ ବେଉରା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




