( ତହସିଲଦାର ଏବଂ ଆର ଆଇ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗୋଚର ଜମିରୁ ବେଆଇନ ଗଛ କଟା ବୃଦ୍ଧି ପାଉଛି
)
ଜଗତସିଂହପୁର
ତା =1/3/23
ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ତହସିଲ ସାରଣା ଆର ଆଇ ଙ୍କ ଅଧୀନରେ ଥିବା ମୁଳୁଗାଁ ପଞ୍ଚାୟତ କରମଙ୍ଗ ଅଞ୍ଚଳ ରେ ବେଆଇନି ଭାବେ ଗୋଚର ଜମି ରୁ କେତେକ କାଠ ମାଫିଆ ଆର ଆଇ ଙ୍କୁ ହାତ କରି ବେଆଇନି ଭାବେ ବୃହତ କାୟ ଗଛ ଗୁଡ଼ିକୁ କାଟି ନେଉଛନ୍ତି |ଆଞ୍ଚଳବାସୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ଏ ସମ୍ପର୍କ ରେ ଆର ଆଇ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆର ଆଇ ଏହି ଘଟଣା ପ୍ରତି କର୍ଣ୍ଣପାତ କରୁନାହାନ୍ତି |ବରଂ ପରୋକ୍ଷରେ ଚୋରା କାଠ ମାଫିଆ ଙ୍କୁ ସମସ୍ତ ପ୍ରୋଛାହନ ଯୋଗାଉଛନ୍ତି ବୋଲି ବାଲିକୁଦା ତହସିଲଦାର ଙ୍କ ନିକଟରେ ଅଭିଯୋଗ ହୋଇଛି | ବାଲିକୁଦା ତହସିଲଦାର ଙ୍କ ହସ୍ତକ୍ଷେପ ପରେ ବେଆଇନି ଭାବେ କଟା ଯାଇଥିବା ଗଛ ଘଟଣା ସ୍ଥଳରେ ସିଜ ହୋଇ ପଡ଼ିରହିଛି | କାଠ ମାଫିଆମାନେ ବେଆଇନି ଭାବେ କଟା ଯାଇଥିବା ଗଛ କୁ ରାତି ଅଧିଆ ଉଠାଇ ନେବାକୁ ଆର ଆଇ ଙ୍କ ସହିତ ଯୋଜନା ପ୍ରସ୍ତୁତ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି |ଖବର ନେବାରେ ଜଣା ପଡିଛି କରମଙ୍ଗ ଗ୍ରାମର ରବୀନ୍ଦ୍ର ସେଠୀ ଙ୍କ ପୁଅ ପ୍ରଭୁଦତ୍ତ ସେଠୀ ନିକଟରେ ଥିବା ଗୋଚର ଜମି ପ୍ଲଟ ନଂ 294, ଖାତା ନଂ 526 ମଧ୍ୟ୍ୟ ରୁ ବେଆଇନି ଭାବରେ କେତେକ ଗଛ କାଟି କାଠ ମାଫିଆ ଙ୍କୁ ବିକ୍ରି କରିଥିଲେ |ଏ ସମ୍ପର୍କ ରେ କରମଙ୍ଗ ଗ୍ରାମର ବିସ୍ମୟ କୁମାର ମଲ୍ଲ ସାହାଡ଼ା ଆର ଆଇ ଙ୍କ ନିକଟରେ ଅଭିଯୋଗ କରିଥିଲେ |ହେଲେ ଆର ଆଇ ଏଥିପ୍ରତି କର୍ଣ୍ଣପାତ ନ କରି କାଠ ମାଫିଆ ଙ୍କୁ ସମସ୍ତ ପ୍ରକାର ପ୍ରୋଛାହନ ଯୋଗାଇ ଦେଇଥିଲେ | ଶେଷରେ ବିସ୍ମୟ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତହସିଲଦାର ଙ୍କ ନିର୍ଦେଶ କ୍ରମେ କଟା ଯାଇଥିବା ଗଛ ସିଜ କରାଯାଇଛି | ତେବେ ଆଗକୁ ତହସିଲଦାର କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 16, 2026/
No Comments



