କଣ୍ଟ୍ରାକଚୁଆଲ୍ ଟ୍ରାନ୍ସପୋର୍ଟ ୱାର୍କରସ୍ ୟୁନିଅନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ
୨୧ ମାର୍ଚ୍ଚ ମଙ୍ଗଳବାର ଦିନ ମହାନଦୀ କୋଲଫିଲଡସ୍ କଣ୍ଟ୍ରାକଚୁଆଲ୍ ଟ୍ରାନ୍ସପୋର୍ଟ ୱାର୍କରସ୍ ୟୁନିଅନର ସଭାପତି ତଥା ମାନ୍ୟବର ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ ଙ୍କ ନେତୃତ୍ବରେ ୭ ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସୂଚନା ଯେ, ତାଳଚେର କଣିହାଁ ଠାରୁ ଲିଙ୍ଗରାଜ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତ ଠିକା ଶ୍ରମିକ ଓ ଠିକା ସୁରକ୍ଷା କର୍ମୀ ମାନଙ୍କ ୭ ଦଫା ଦାବି କୁ ନେଇ ମୋଟର ସାଇକେଲ ରାଲି ମାଧ୍ୟମ ରେ ତାଳଚେର ଜଗନ୍ନାଥ ମନ୍ଦିର ଠାରୁ ବାହାରି ଅନୁଗୋଳ ଷ୍ଟାଡିୟମ୍ ଠାରେ ପହଁଚି ଥିଲେ। ଷ୍ଟାଡିୟମ୍ ଠାରୁ ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଚି ଜିଲ୍ଲାପାଳଙ୍କୁ ୭ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଏହି ୭ ଦଫା ଦାବି ଗୁଡିକର ସମସ୍ୟାର ସମାଧାନ ଶୀଘ୍ର କରିବା ପାଇଁ ମଧ୍ୟ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଳଚେର ନିର୍ବାଚନ ମଣ୍ଡଳୀ ର ସମସ୍ତ ଲୋକ ପ୍ରତିନିଧି, ବିଜୁ ବରିଷ୍ଠ ଯୁବ ଛାତ୍ର ଓ ମହିଳା ଜନତା ଦଳର ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ।




