ଲଭ ୟୁ ଗୋତମରା ଟେନିସ ବଲ ରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗୋତମରା ଗ୍ରାମ ଭାଲୁଧରି ପଡିଆ ରେ ଏପି ସିଂହ ମେମୋରିଆଲ ଲଭ ୟୁ ଗୋତମରା ଟେନିସ ବଲ କ୍ରିକେଟ ରାତ୍ର ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ ୧୬ଟି ପ୍ରମୁଖ ଦଳ ଭାଗ ନେଇ ଚାରି ଦିନ ମଧ୍ୟରେ ଉଦଯାପିତ ହୋଇଯାଇଛି। ୧୬ଟି ଦଳ ତଥା ନୂଆହତା, କର୍ଣ୍ଣପୁର, ବଡଜୋରଦା, ଟେଣ୍ଟୋଲୋଇ, ଘଣ୍ଟପଡା, ଲଙ୍ଗୁଳୀଆବେଡା, ଚନ୍ଦ୍ରବାହାଳ, ବୁଢ଼ାପଙ୍କ, ଗଡସନ୍ତ୍ରୀ, ଲିଙ୍ଗରାକଟା, କୁକୁଡ଼ାଙ୍ଗ, ପରଙ୍ଗ, ଶୋଭାଗ୍ୟନଗର, ବଉଳିଗଡ଼, ଛେଳିଆପଡା, ସାନ କେରେଜଙ୍ଗ, ଅନୁଷ୍ଠିତ ହୋଇଥିବା ବେଳେ କୁକୁଡ଼ାଙ୍ଗ ଓ ନୂଆହତା ମଧ୍ୟରେ ଫାଇନାଲ ମ୍ୟାଚ ଖେଳ ଅନୁଷ୍ଠିତ ହୋଇଥିଲା। କୁକୁଡ଼ାଙ୍ଗ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭ ୱିକେଟ ହରାଇ ୧୨୮ କରିଥିଲା। ଜାବାବ ରେ ନୂଆହତା ଦଳ ୧୨ ଓଭରରେ ୯ ୱିକେଟ ହରାଇ ୯୧ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା। ମୁଖ୍ୟଅତିଥି ମାନେ ଚାମ୍ପିୟନ ଓ ରନର୍ସଅପ୍ ଦଳକୁ ଟ୍ରଫି ସହ ନଗଦ ୨୫ହଜାର ଓ ୧୨ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।ଧରା ବିବରଣୀ ଦାୟିତ୍ଵ ରେ ମାନସ କୁମାର ତୁଲାଉଥିବା ବେଳେ ଖେଳ ପରିଚାଳନାରେ ମଣ୍ଟୁ ସାମଲ, ଇଲୁ ଦେହୁରୀ, ରାକେଶ ମାଝୀ, ସଞ୍ଜୀବ ଭୁତିଆ, ଦିନେଶ ମାଝୀ ଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।




