(- ଭାୟା ଭୟ ଅଗ୍ନିକାଣ୍ଡ ରେ ନଅ ବଖରା ଘର ଜଳି ପାଉଁଶ )
ଜଗତସିଂହପୁର
ତା =31/3/23
ଜଗତସିଂହପୁର ଜ଼ିଲ୍ଲା ଏରସମା ବ୍ଲକ ଜାନକାଦେଇପୁର ପଞ୍ଚାୟତ ର ବାସୁଦେଇପୁର ଗ୍ରାମରେ ଘଟିଛି ଏକ ଅଭାନୀୟ ଘଟଣା l ଭୟା ଭୟ ଅଗ୍ନିକାଣ୍ଡରେ ଶରତ ସ୍ୱାଇଁ , ସୁକାନ୍ତ ସ୍ୱାଇଁ., ସଂଯୁକ୍ତା ସ୍ୱାଇଁ, ବାବୁ ସ୍ୱାଇଁ , ବିପିନ ସ୍ୱାଇଁ., ତପନ ସ୍ୱାଇଁ ଙ୍କ ର ନଅ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଥିବା ବେଳେ ବହୁମୂଲ୍ୟ ଆସବାସ ପତ୍ର, ଆବଶ୍ୟକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି l ସ୍ଥାନୀୟ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ | ତାହା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ l ଚୁଲିରେ ରୋଷେଇ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବା ବିଶେଷ ସୂତ୍ରରୁ ଜଣାପଡିଛି l ଏହି ଅଗ୍ନିକାଣ୍ଡ ରେ ପ୍ରାୟ 5ଲକ୍ଷ ରୁ ଅଧିକ ଆସବସ ପାତ୍ର ଶହ ବହୁ ମୂଲ୍ୟବାନ ସମ୍ପନ୍ତି ନଷ୍ଟ ହୋଇଥିବା ବୋଲି ଜଣାପଡିଛି l
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




