ଫେକ୍ ଆଡମିଟ୍ କାର୍ଡ଼ ଘଟଣା, ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କଲେ ୩ ଛାତ୍ରୀ
ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଛାତ୍ରୀ ଗଣଧାରଣା ଦେଇଥିବା କିଛି ଦିନ ପୂର୍ବେ ରୁ ଦେଖିବାକୁ ମିଳିଥିଲା ।ସୂଚନା ଯେ, ଏହି ୩ ଜଣ ଛାତ୍ରୀ ହେଉଛନ୍ତି ଛେଣ୍ଡିପଦା ସ୍ଥିତ ସାଇ ଶ୍ରଦ୍ଧା ନର୍ସିଂ କଲେଜ ର ଦ୍ଵିତୀୟ ବର୍ଷ ଛାତ୍ରୀ। ଗଣଧାରଣା ରେ ବସିବାର କାରଣ ହେଉଛି ୦୯/୦୧/୨୦୨୩ ତାରିଖରେ ନର୍ସିଂ କଲେଜ ର ଦ୍ଵିତୀୟ ବର୍ଷର ପରୀକ୍ଷା ଥିଲା। ସୁମତି ମାହାର, ପ୍ରିୟଙ୍କା ନାଏକ, ଆଶାଞ୍ଜାଳି ପଧାନ ନାମକ ଏହି ୩ ଜଣ ଛାତ୍ରୀ ଙ୍କୁ କଲେଜ ପକ୍ଷରୁ ଫେକ୍ ଆଡମିଟ୍ କାର୍ଡ଼ ଦେବାରୁ ପରୀକ୍ଷାରୁ ବଞ୍ଚିତ ହୋଇଯାଇଥିଲା । ଏହି ୩ ଜଣ ଛାତ୍ରୀ ଏ ଘଟଣା ବିଷୟରେ ଛେଣ୍ଡିପଦା ଥାନା ଲଖିତ ଅଭିଯୋଗ କରିଥିଲେ। ତା ପରେ ଅନୁଗୋଳ ସଦର ଥାନା ଅଭିଯୋଗ ମଧ୍ୟ ହୋଇଥିଲା। ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଏହି ୩ ଜଣ ଛାତ୍ରୀ। ଏ ପାଖେ କଲେଜ କର୍ତ୍ତୃପକ୍ଷ ଙ୍କୁ ଫୋନ ଯୋଗେ ଯୋଗଯୋଗ୍ କରିବାରୁ କଲେଜ କର୍ତ୍ତୃପକ୍ଷ ଙ୍କ ଫୋନ ଲାଗୁ ନାହିଁ। ଯାହା ଫଳରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡି ନାହିଁ। ଏ ପାଖେ ଜିଲ୍ଲାପ୍ରଶାସନ ୩ ଜଣ ଛାତ୍ରୀ ଙ୍କୁ ଆଲୋଚନା କରିଥିଲେ। ଆସନ୍ତା ମାର୍ଚ୍ଚ ୨୭ ତାରିଖ ଦିନ ଏହି ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଥିଲେ। ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ନ ମିଳିବାରୁ ସକାଳ ୯ ଘଟିକା ସମୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଛନ୍ତି। ଖରା ରେ କିଛି ନ ଖାଇ ନ ପିଇ ବସିଛନ୍ତି। ଯେ ପର୍ଯ୍ୟନ୍ତ ଏ ସମସ୍ୟା ର ସମାଧାନ ନ ହୁଏ ସେ ପର୍ଯ୍ୟନ୍ତ ଅନଶନ ରୁ ଓହ୍ଲାଇ ବୁ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି।




