ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ
ସଜନା ଛୁଇଁ ତୋଳୁଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି।ମୃତକ ମହିଳା ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ୮ ନମ୍ବର ୱାର୍ଡ଼ ଯୋଡ଼ାବସ୍ତିର ଗୌରୀ ନାଏକ।ଆଜି ସଜନା ଗଛ ନିକଟରେ ବିଦ୍ୟୁତ ତାର ଯାଇଥିବା ବେଳେ ତାର ସଂସ୍ପର୍ଶରେ ଆସିଯାଇଥିଲେ।ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିହେଲହେଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ତେବେ ବିଦ୍ୟୁତ ବିଭାଗ ର ଅବହେଳା ଯୋଗୁ ମହିଳା ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ଏହାର ପ୍ରତିବାଦରେ ଧରଣୀଧର ଛକ ନିକଟରେ ଶବ ରଖି ମୃତକ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।ସହାୟତା ଘୋଷଣା ନକଲେ ରାସ୍ତାରୋକ ହଟିବନାହିଁ ବୋଲି ପରିବାର ଲୋକେ ଅଡି ବସିଛନ୍ତି।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




