ନାଲକୋ କୁ କୋଇଲା ପାଣି ବନ୍ଦ ପାଇଁ ସାଂସଦଙ୍କ କାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ

ଅନୁଗୋଳ – ତା ୦୨.୦୪.୨୦୨୩ରିଖ ସକାଳ ୭.୩୦ଘ ସମୟରେ ସାଂସଦଙ୍କ ତାଳଚେର ଥର୍ମାଲ କାର୍ଯ୍ୟାଳୟ ଠାରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଲୋକ ପ୍ରିୟ ସାଂସଦ ମହେଶ ସାହୁ ସଭାପତିତ୍ୱ କରିଥିଲେ ।ଗତ କିଛି ମାସ ତଳେ ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ସାଂସଦ ମାନ୍ୟବର ଶ୍ରୀ ମହେଶ ସାହୁ ଓ ଏଲ.ଏ.ପି୧୯୮ ର ପ୍ରତିନିଧି ଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ନାଲକୋର ପାରିପାର୍ଶ୍ଵିକ ଅଞ୍ଚଳରେ ବିଭିର୍ଣ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସହିତ ନାଲକୋ ଦ୍ୱାରା କ୍ଷତିଗ୍ରସ୍ଥ ପ୍ରଜା କିପରି ନାଲକୋରେ ଠିକାଭିତିକ ନିଯୁକ୍ତି ପାଇବେ ସେ ବିଷୟରେ ଆଲୋଚନା ହୋଇଥିଲା ଓ ବୈଠକରେ ନାଲକୋ ଅଧ୍ୟକ୍ଷ ସହମତି ପ୍ରକାଶ କରିଥିଲେ ।ପରବର୍ତ୍ତୀ ସମୟରେ ମାନ୍ୟବର ସାଂସଦ ଦିଲ୍ଲୀ ଗସ୍ତ ପୂର୍ବରୁ ନାଲକୋର ଉଚ୍ଚସ୍ଥ ପ୍ରଶାସନିକ ଅଧିକାରୀ ଙ୍କ ସହିତ ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ଏକ ଗୁରୁତ୍ୱପୂର୍ଣ ବୈଠକ ନାଲକୋର ଅତିଥି ଭଵନରେ କରାଇଥିଲେ ।ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ନିର୍ଦେଶ ଦେଇଥିଲେ ଯେ, ଯଥା ଶୀଘ୍ର ଏଲ.ଏ.ପି୧୯୮ ଙ୍କର ଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରିବା ସହିତ ନାଲକୋର ପାରିପାର୍ଶ୍ଵିକ ଅଞ୍ଚଳରେ ବିଭିର୍ଣ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସହିତ ନାଲକୋ ଦ୍ୱାରା କ୍ଷତିଗ୍ରସ୍ଥ ପ୍ରଜା କିପରି ନାଲକୋରେ ଠିକାଭିତିକ ନିଯୁକ୍ତି ପାଇବେ ଏକ ନିର୍ଦ୍ଧିଷ୍ଟ ସମୟ ଦେଇଥିଲେ କିନ୍ତୁ ନାଲକୋର ଉଚ୍ଚସ୍ଥ ପ୍ରଶାସନିକ ଅଧିକାରୀ ଏହି ନିର୍ଦ୍ଦେଶ କୁ ଖୁବ କମ ସମୟ ଭିତରେ ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ବି ଦେଇଥିଲେ ।କିନ୍ତୁ ମାନ୍ୟବର ସାଂସଦ ଙ୍କ ଦେଇ ଥିବା ପ୍ରତିଶ୍ରୁତି ପାଳନ ନକରି ଦିନ ଗଡାଇ ଚାଲିଛନ୍ତି ।ଯାହାର ସଦ୍ୟ ପ୍ରଣାମ ଗତ କାଲି ତା :୦୧.୦୪.୨୦୨୩ ରିଖ ଦିନ ସଙ୍ଘର ଏକ ପ୍ରତିନିଧି ମଣ୍ଡଳୀ ନାଲକୋର ଅତିଥି ଭଵନଠାରେ ନାଲକୋର ଅଧକ୍ଷ୍ୟ ମହୋଦୟ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ସଙ୍ଘର ସଦସ୍ୟ ମାନଙ୍କର ସ୍ଥାୟୀ ନିଯୁକ୍ତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ, କିନ୍ତୁ ସେଥିରେ କୌଣସି ନିଷ୍କର୍ସ ବାହାରି ନଥିଲା ବୋଲି ଆମ୍ଭେ ଅନୁଭବ କରିଥିଲୁ l ଅପରପକ୍ଷରେ ଗତ କାଲି ନାଲକୋର କୋରାପୁଟ ଜିଲ୍ଲା ର କ୍ଷତିଗ୍ରସ୍ଥ ପ୍ରଜାଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରା ଯାଇଅଛି l ନାଲକୋ ପ୍ରଶାସନ ର ଏହି ଦୋମୁହାଁ ନୀତି ବିରୁଦ୍ଧରେ ଆଜି ମାନ୍ୟବର ସାଂସଦଙ୍କ ତାଳଚେର ଥର୍ମାଲ କାର୍ଯ୍ୟାଳୟ ଠାରେ ନାଲକୋ ସ୍ପୋନ୍ସଡ଼ ଆଇ.ଟି.ଆଈ (ଏଲ.ଏ.ପି) ୧୯୮ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ଓ ନାଲକୋର ପାରିପାର୍ଶ୍ଵିକ ଅଞ୍ଚଳର କ୍ଷତିଗ୍ରସ୍ତ ଙ୍କୁ ନେଇ ବୈଠକ ହୋଇଥିଲା ବୈଠକ ସର୍ବ ସମ୍ମତି କ୍ରମେ ସ୍ଥିର ହେଲାଯେ ଆସନ୍ତା ୧୦.୪.୨୩ରିଖ ଦିନ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନାଲକୋକୁ କୋଇଲା ପାଣି ବନ୍ଦ କରିବା ସହିତ, ସମସ୍ତ ପ୍ରବେଶ ପଥ କୁ ବନ୍ଦ କରିବା ସହିତ ସପରିବାର ଓ ଗାଈ ଗୋରୁ ବାନ୍ଧି ଆନ୍ଦୋଳନ କରାଯିବ ବୋଲି ସଙ୍ଘର ବୈଠକରେ ସ୍ଥିର ହୋଇଥିଲା ।




