ଆଜି ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ୍ ଅନ୍ତର୍ଗତ ଗୋପାଳ ପ୍ରସାଦ ଗ୍ରାମରେ ମା ହିଙ୍ଗୁଳା ପୀଠରେ ମା ହିଙ୍ଗୁଳାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ସବୁ ବର୍ଷ ପରି ମା ହିଙ୍ଗୁଳା ପୀଠ ଠାରୁ ଅନତି ଦୂରରେ ଅଗ୍ନିରୁପରେ ଉଭା ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମୁଛି। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି ଓ ସ୍ବେଛାସେବୀ ସଂଗଠନ ତରଫରୁ ବିଭିନ୍ନ ପ୍ରକାର ଆୟୋଜନ ହୋଇଛି। ମା ହିଙ୍ଗୁଳାଙ୍କ ପୀଠକୁ ସୁନ୍ଦର ରୂପରେ ସାଜସଜ୍ଜା କରାଯାଇଛି।

April 22, 2026/
No Comments



