ବରେଇ ନୂଆବିଲି ଠାରୁ ମିଆଁ ପାଟଣା ଭାୟା ଶ୍ରୀମା ଉଚ୍ଚ ବିଦ୍ୟାଳୟ ଆରଡ଼ି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତର ବରେଇ ନୁଆବିଲି ଠାରୁ ମିଆଁ ପାଟଣା ଭାୟା ଶ୍ରୀ ମା ଉଚ୍ଚବିଦ୍ୟାଳୟ ଆରଡ଼ି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏହି ରାସ୍ତା ହେବା ଦ୍ବାରା ବିତନା, ଚଷାଖଣ୍ଡ ଓ ଉତ୍ତରକୁଳ ପଞ୍ଚାୟତର ବହୁ ଲୋକ ଯଥା ଦୁଇଟି ବ୍ଳକ ଦଶରଧପୁର ଓ ବିଂଝାରପୁର ବ୍ଳକ ର ବହୁ ଲୋକ ଯିବା ଆସିବା ପାଇଁ ବହୁତ ସୁବିଧା ହୋଇପାରିବ ବୋଲି ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ସମାଜସେବୀ କୈଳାସ ସେଠୀ,ଜିଲ୍ଲା ପରିଷଦ ସଭ୍ୟା ଅହଲ୍ୟା ସ୍ବାଇଁ, ସରପଞ୍ଚ ପ୍ରିତୀ କ୍ରିଷ୍ଣା ଜେନା, ବିନୟ କୁମାର ନାଥ ବଳରାମ ନାଥ, ସୁରେନ୍ଦ୍ର କୁମାର ବେହେରା, ରଞ୍ଜନ କୁମାର ମଲ୍ଲିକ, ନନ୍ଦକିଶୋର ସାମଲ, ପ୍ରଦୀପ୍ତ କୁମାର ମହାନ୍ତି, ମୁରଲୀଧର ବେହେରା, ମହେଶ୍ୱର ରାଉତ ଓ ରମେଶ ମଳିକ ପ୍ରମୁଖ ଯୋଗଦେଇ ଥିଲେ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




