( ବାଲିକୁଦା ବ୍ଲକ ସାମାଜିକ ଅଧିକାରୀ ଙ୍କ ଅସାମାଜିକ ବ୍ୟବହାର ନେଇ ଜନ ପ୍ରତିନିଧି ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ )
ଜଗତସିଂହପୁର
ତା 12/4/23
ବାଲିକୁଦା ବ୍ଲକ ପରିସରରେ ଥିବା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଔଧତ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟ ରେ ଯୋଗଦେବା ପରେ କ୍ରମାଗତ ଭାବେ କର୍ତ୍ତବ୍ୟ ରେ ଅବହେଳା ପଦର୍ଶନ କରୁଥିବା ରୁ ଜନ ସାଧାରଣ ଙ୍କ ସମସ୍ୟା ସମାଧାନ ନ ହୋଇ ଦୁଇ ଗୁଣ ବୃଦ୍ଧି ପାଇବାରେ ଲାଗିଛି | ବାଲିକୁଦା ପଞ୍ଚାୟତ ସମିତି ଅଧୀନରେ ଥିବା କୋଡିଏ ରୁ ଉର୍ଦ୍ଧ ପଞ୍ଚାୟତ ର ଜନ ପ୍ରତିନିଧି ବିଭିନ୍ନ ସମସ୍ୟା ନେଇ ବ୍ଲକ ସାମାଜିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସମୟରେ ଅଧିକାରିଣୀ ଜଣଙ୍କ ଜନ ପ୍ରତିନିଧି ମାନଙ୍କୁ ଅସଭ୍ୟ ଆଚରଣ ପଦର୍ଶନ କରୁଥିବା ଅଭିଯୋଗ ହୋଇଛି | ଏପରିକି ବଲିକୁଦା ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ରେ ଶତାଧିକ ବ୍ୟକ୍ରି ବର୍ଷ ବର୍ଷ ଧରି ବାର୍ଦ୍ଧକ୍ୟ | ବିଧବା | ଭିନ୍ନକ୍ଷମ ଭତା | କରୋନା ସହାୟତା | ଫ୍ୟାମିଲି ବେନିଫିଟ ବର୍ଷ ବର୍ଷ ଧରି ପାଇବାରୁ ବଞ୍ଚିତ ଅଛନ୍ତି | ଏ ସମ୍ପର୍କ ରେ ଜନ ପ୍ରତିନିଧି ମାନେ ବିଡିଓ, ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ଜ଼ିଲ୍ଲାପାଳ ତୁରନ୍ତ ଦାଇତ୍ୱ ହିନ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜନ ପ୍ରତିନିଧିମାନେ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




