କି ମାଡ଼ ଲୋ ମା
କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆ ପଡା ଗ୍ରାମ ରେ ମାନନିକତା ଭୁଲିଯାଇ୨ ଜଣ ଉନ୍ମତ ଯୁବକ୭ଜଣ ଶିଶୁଙ୍କୁ ଗାଁ ଗଡ଼ିଆରେ ଗାଧୋଇବାରୁ ଗୋଡ଼ ତଳେ ପକାଇ ବେଲ୍ଟ ରେ ପିଟି ଗୋଇଠା ମାରିବାଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ଜିଲାରେ ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ଗୁଳୁଗୁଳିଅନୁଭୂତ ହେଉଛି ।ଫଳରେ ଗରମ ରୁ ରକ୍ଷା ପାଇବା ପାଇଁ କଣ୍ଟିଆପଡା ଗ୍ରାମର ଛୋଟ ଛୋଟ ୭/୮ ଜଣ ପିଲା ଏକ ଗଡ଼ିଆ ରେ ଗାଧୋଉଥିଲେ।ଗଡ଼ିଆ ଗୋଳିଆ ପାଣି ଆଉ କାଦୁଅରେ ଗାଧୋଉ ଥିବାରୁ ଗାଁର ୨ ଜଣ ଯୁବକ ପିଲା ମାନଙ୍କୁ ଶାସ୍ତି ଦେବାକୁ ଯାଇ ତାଗିଦ କରିବା ସହ ପିଲାଙ୍କୁ ଅମାନୁଷିକ ଭାବରେ ଏଭଳି ମାଡ଼ ମାରିବାକୁ ଘଟଣା କୁ ନେଇ ବିଭିନ୍ନ ମହଲରେ ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




