ବିଦଗ୍ନ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉତ୍ସବ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଓଡ଼ିଆ ସପାନ
ବିଷୟ _______ ଯାଜପୁର ଜିଲ୍ଲାର ଅଙ୍ଗାଳୋ ସ୍ଥିତ ଲଛମନ ବାଲାଜୀଉ ମହାବିଦ୍ୟାଳୟ ପରିସରରେ ଅଖିଳଚକ୍ର ଓଡ଼ିଶା ଆନୁକୂଲ୍ୟରେ ବାଲିଆର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଆବକ୍ଷ ପ୍ରତିମୂର୍ତ୍ତୀ ଅନାବରଣ ଉତ୍ସବ ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଓଡିଆ ସଂପାନ ଅନୁଷ୍ଠିତ ହୋଇଯାଇଛି। ଲଛମନ ବାଲାଜୀଉ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଜୟଦେବ ଥାଟୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଅଖିଳଚକ୍ର ଓଡ଼ିଶାର ସଭାପତି, କଥାକାର ରାଜ୍ୟବଦ୍ଧନ ଧଳ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ରୀତି ସାହିତ୍ୟର ଅମ୍ଳାନ କବି ଅଭିମନ୍ୟୁ ଶୀର୍ଷକ ବିଷୟବସ୍ତୁକୁ ନେଇ ଧଳ ମହାପାତ୍ର କହିଥିଲେ ଯେ ପ୍ରେମର ଭକ୍ତିର ମିଳନ ହିଁ ଅପ୍ରାକୃତ ପ୍ରେମ ସୁଷ୍ଟି ହୋଇଥାଏ। ଅଭିମନ୍ୟଙ୍କୁ ସେ ଭଗବାନ କୃଷ୍ଣଙ୍କ ସହ ତୁଳନା କରି ଏହାର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ପଣ୍ଡିତ ବିନୋଦ ବିହାରୀ ନାୟକ। ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ଯୋଗଦେଇ ଅଭିମନ୍ୟୁ ସାମନ୍ତସିଂହାରଙ୍କ କାବ୍ୟ ପ୍ରତିଭା ଓ କବିଙ୍କ ଜନ୍ମସ୍ଥାନର ଗାରିମା ବର୍ଣ୍ଣନା କରିଥିଲେ।ଅନ୍ୟ ସମ୍ମାନିତ ବକ୍ତା ଡଃ ଶ୍ରୀହରି ଧଳ ଅଭିମନ୍ୟୁ ଙ୍କ କାଳଜୟୀ ସୁଷ୍ଟି ବିଦଗ୍ଧ ଚିନ୍ତାମଣି ସଂପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତ, ଡଃ ଦେବପ୍ରସାଦ ସାମଲ,, ଅଖିଳଚକ୍ରର ସଂପାଦକ ହରେକୃଷ୍ଣ ପଣ୍ଡା, ବାଲିଆ ସାଆନ୍ତ ମନ୍ନଥ ରାୟ, ପ୍ରାଧ୍ୟାପକ ଗଜେନ୍ଦ୍ର କୁମାର ଧଳ ପ୍ରମୁଖ ଯୋଗଦେଇ ଥିଲେ। ରବିନ୍ଦ୍ର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଯୋଜିକା ଭାବେ ଅଧ୍ୟାପିକା ତନୁଶ୍ରୀ ପଟ୍ଟନାୟକ ଓ ସଂଚାଳକ ଭାବେ ଅଧ୍ୟାପକ ମଣ୍ଟୁ ବଳବନ୍ତରାୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଆଲୋକ କୁମାର ସାମଲ ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





