




ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା #5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଗଞ୍ଜାମ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକର ବିଭିନ୍ନ ମନ୍ଦିର ପରିଦର୍ଶନ କରି କମିଟି ସଭ୍ୟଙ୍କ ସହ ଆଲୋଚନା ପରେ ଆବଶ୍ୟକୀୟ ଡିପିଆର୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ବୁଲିବା ସମୟରେ ଉତ୍ପାଦିତ ସାମଗ୍ରୀ ଦେଖି #5T ସଚିବ ଖୁସି ପ୍ରକାଶ କରିବା ସହିତ ସେମାନଙ୍କ କାର୍ଯ୍ୟ ଶୈଳୀର ଉଚ୍ଚ ପ୍ରଶଂସା କରିଛନ୍ତି। @mission_shakti ମା’ମାନଙ୍କ ସହ ଆଲୋଚନା କରି ଜିଲ୍ଲା ଓ ରାଜ୍ୟସ୍ତରରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ବ୍ୟବସ୍ଥା କରିବାକୁ କହିଛନ୍ତି।





