ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ସମାଜସେବୀ ପରୋପକାରୀ ଗାନ୍ଧି ବାଦୀ ସର୍ବୋଦୟ ଓ ଭୂଦାନ ଆନ୍ଦୋଳନର ପ୍ରମୁଖ ନିଶାକର ଦାଶଙ୍କ ବିୟୋଗରେ ତାଙ୍କ ଜନ୍ମସ୍ଥାନ ରେ ବରିଷ୍ଠ ନାଗରିକ ମଞ ପକ୍ଷରୁ ଏକ ସ୍କୁତି ସଭା ଅନୁଷ୍ଠିତ ହୋଇଯାଇଛି
ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ସମାଜସେବୀ ପରୋପକାରୀ ଗାନ୍ଧି ବାଦୀ ସର୍ବୋଦୟ ଓ ଭୂଦାନ ଆନ୍ଦୋଳନର ପ୍ରମୁଖ ନିଶାକର ଦାଶଙ୍କ ବିୟୋଗରେ ତାଙ୍କ ଜନ୍ମସ୍ଥାନ ସିଂହପୁରରେ ବରିଷ୍ଠ ନାଗରିକ ମଞ ପକ୍ଷରୁ ଏକ ସ୍କୁତି ସଭା ଅନୁଷ୍ଠିତ ହୋଇଯାଇଛି। ଇ ପଦ୍ମନାଭ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶତାଧିକ ଲୋକ ଯୋଗଦେଇ ନିଶାକର ଦାଶଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ। ୧୩ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଉପସ୍ଥିତରେ ରାମଧୁନ ଗାନ କରିଥିଲେ ।ଜୀବନର ଶେଷ ଭାଗରେ ସେ ମହାତ୍ମା ଗାନ୍ଧୀଙ୍କ କଥା ନିଜେ କାଟି ନିଜେ ପିନ୍ଧେ ନ୍ୟାୟରେ ଚାଲୁଥିଲେ। ତାଙ୍କର ଉଦ୍ୟମରେ କୋରାପୁଟ ଜିଲ୍ଲାର
ନନ୍ଦପୁରରେ ତିନୋଟି ପଞ୍ଚାୟତରେ ମଦ ବିରୋଧୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଏପରି ଜଣେ ମହାନ ସଂଗ୍ରାମୀ ସିଂହପୁର ମାଟିରେ ଜନ୍ମ ହୋଇଥିବାରୁ ଆମ ମାଟି ଗର୍ବିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସ୍କୁତିସଭାରେ ଯେଉଁ ମାନେ ଯୋଗଦେଇ ଥିଲେ ସେମାନେ ହେଲେ ଓଡ଼ିଶା ଗ୍ରାନ୍ତଗାରିକ ସଂଘ ର ସଭାପତି ତଥା ବରିଷ୍ଠ ସମାଜସେବୀ ସୁଶାନ୍ତ କୁମାର ନାୟକ, ଘନଶ୍ୟାମ ଦାଶ, ବରିଷ୍ଠ ଶିକ୍ଷାବିତ ପ୍ରଦିପ ଜେନା,ଶିକ୍ଷକ ନେତା ଭରତ ଚନ୍ଦ୍ର ନାୟକ, ପଦ୍ମାକର ଗୁରୁ, ସାମ୍ବାଦିକ ସରୋଜ କୁମାର ସାହୁ, ଵିନୋଦ ମହାନ୍ତି, ନିମାଇଁ ରାୟ, ସରପଞ୍ଚ ଶଶାଙ୍କ ଶେଖର ଖିଲାର ରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ମାନେ ଯୋଗଦେଇ ନିଶାକର ଦାଶଙ୍କ ସଂପର୍କରେ ଆଲୋଚନା କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





