
( 34ତମ ସର୍ଵ ଭାରତୀୟ କରାଟେ ଓ କବୁଡୋ ଚମ୍ପିୟାନସିପ୍ ରେ ଜଗତସିଂହପୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କ କୃତିତ୍ୱ )
ଜଗତସିଂହପୁର
ତା =28/5/23
ଓଡ଼ିଶା ୟୁଚିରୀୟୋ କରାଟେ ଦଳ କେରଳ ର କନ୍ନୁର ସହର ର ମୁଣ୍ଡାୟଡ୍ ଇନ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ 34ତମ ସର୍ବ ଭାରତୀୟ କରାଟେ ଓ କବୁଡୋ ଚମ୍ପିୟାନସିପ 2023 ସଫଳତା ର ସହ ସମ୍ପନ୍ନ ହୋଇଛି । ଓଡ଼ିଶା ମୁଖ୍ୟ ସେନସେଇ ଶରତ କୁମାର ରାଉତ କଂ ତତ୍ୱଵଧାନ ରେ ୟୁଚିରୀୟୋ କରାଟେ ଓ କବୁଡୋ ର ବିଭିନ୍ନ ଈଭେନ୍ଟ ରେଜଗତସିଂହପୁର ଜ଼ିଲ୍ଲା ରୁ ପାଞ୍ଚ ଜଣ କ୍ରୀଡ଼ାବିତ ଯୋଗଦେଇଥିଲେ | ସେଥିମଧ୍ୟରୁ
ଆକାଂକ୍ଷା ପ୍ରିୟଦର୍ଶିନୀ ଗୋଟିଏ ଗୋଲଡ |ସାୟାଦ ରିଜୁଆନ ତିନୋଟି ଗୋଲଡ ଗୋଟିଏ ସିଲଭର | ଶୁଭ୍ରଜିତ ଜେନା ଗୋଟିଏ ଗୋଲଡ, ଗୋଟିଏ ସିଲଭର, ଗୋଟିଏ ବ୍ରୋଞ୍ଚ | ସାଇ ଶ୍ରଦ୍ଧା ଦୁଇଟି ଗୋଲଡ, ଗୋଟିଏ ସିଲଭର | ପ୍ରତ୍ୟାଶା ପ୍ରିୟଦର୍ଶନୀ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରି ସର୍ବ ଭାରତୀୟ କରାଟୋ ଓ କବୁଡୋ ଚମ୍ପିୟାନସିପ ରେ ଜଗତସିଂହପୁର ଜ଼ିଲ୍ଲା ର ଗୌରବ ଅର୍ଜନ କରିଥିବାରୁ ଏହି ଉପଲକ୍ଷେ ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା | କରାଟୋ ଓ କବୁଡୋ ଓଡିଶା ଟିମ ମ୍ୟାନେଜର ଅଶୋକ କୁମାର ବେହେରା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଜ଼ିଲ୍ଲା ଆଥେଲେତିକ ଆସୋସିଏସନ ସମ୍ପାଦକ ବରିଷ୍ଟ ଆଇନୀଜୀ ଦୋଳଗୋବିନ୍ଦ ଦାଶ |ମୁଖ୍ୟ ବକ୍ତା ବିଶିଷ୍ଟ ବୈଜ୍ଞାନିକ କିଶୋର ଚନ୍ଦ୍ର ସାହୁ |ସଂମ୍ମାନିତ ଅତିଥିଭାବେ ଶ୍ରମିକ ୟୁନିଅନ ନେତା ପ୍ରଦୀପ ରାମ ପ୍ରମୁଖ ଯୋଗଦେଇ ଜ଼ିଲ୍ଲା ପାଇଁ ଗୌରବ ଆଣିଥିବା କୃତି କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ସ୍ଥିନୀୟ ବୁଦ୍ଧିଜୀବୀ, ଅଭିଭାବକ, ଛାତ୍ର ଛାତ୍ରୀ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





