
ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷଙ୍କ ଅନୁଗୋଳ ଜିଲ୍ଲା ଗସ୍ତ
ଅନୁଗୋଳ ତା. ୦୧.୦୬ :- ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଖାଦ୍ୟ ସୁରକ୍ଷା ସମ୍ପର୍କିତ ତଦାରଖ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଯୋଗ ଦେଇ ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗ, ଅଙ୍ଗନଓ୍ବାଡି କେନ୍ଦ୍ରମାନଂକରରେ ଯୋଗାଇ ଦିଆଯାଉଥିବା ଖାଦ୍ୟ, ବିଦ୍ୟାଳୟମାନଂକରେ ଛାତ୍ର ଛାତ୍ରୀମାନଂକୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଏବଂ ପିଲାମାନଂକର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ କାରର ଔଷଧ ଇତ୍ୟାଦି ସମ୍ପର୍କରେ ତଦାରଖ କରିଥିଲେ । ଖାଦ୍ୟ ସୁରକ୍ଷା ଯୋଜନାରେ ଅଯୋଗ୍ୟ ହିତାଧିକାରୀମାନଂକୁ ଚିହ୍ନଟ କରି ବାଦ୍ ଦେବା ସହ ଯୋଗ୍ୟ ହିତାଧିକାରୀମାନଂକୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରବାସୀ ଶ୍ରମିକ, ଟ୍ରାନସ ଜେଣ୍ଡର ଓ ସେକ୍ସ ୱାର୍କରମାନଂକୁ ପ୍ରାଥମିକତା ଦେଇ ଏହି ଯୋଜନାରେ ସାମିଲ କରିବାକୁ କହିଥିଲେ । ଅଧ୍ୟକ୍ଷଙ୍କ ସହ ୟୁନିସେଫର କନସଲଟାଣ୍ଟ, ଶ୍ରୀ ତାମଲ ରେଜା ବୈଠକରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ସ୍ମିତା ନାୟକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଓ ବିତରଣ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ରାପନ କରିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ତଥା ପ୍ରୋଗ୍ରାମ ଅଫିସର ପୌšମାସୀ ରଥ ଜିଲ୍ଲାରେ ଚାଲୁଥିବା ଅଙ୍ଗନଓ୍ବାଡିଗୁଡିକରେ ପିଲାମାନଂକୁ ଶତ ପ୍ରତିଶତ ସୁଷମ ଖାଦ୍ୟ ଏବଂ ଔଷଧ ବିତରଣ କରାଯାଇ ସେମାନଂକର ସ୍ଵାସ୍ଥ୍ୟବସ୍ଥାକୁ ସୁଦୃଢ କରାଯାଇପାରିଛି ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ ବିଦ୍ୟାଳୟମାନଂକରେ ଚାଲୁଥିବା ମଧ୍ୟାହ୍ନ ଭୋଜନ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ । ଏହି ଅବସରରେ ଅଧିକରୁ ଅଧୃକ ବିଦ୍ୟାଳୟମାନଂକରେ ପନିପରିବା ବଗିଚା ସୃଷ୍ଟି କରିବା ଦିଗରେ ଯବାନ ହେବା ପାଇଁ ଅଧକ୍ଷ୍ୟ ମହୋଦୟ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଖାଦ୍ୟ ସନ୍ତୁଳନ ରକ୍ଷା ନିମନ୍ତେ ଧାନଚାଷକୁ ଛାଡି ମୋଟ ୧୧ ହଜାର ୧୩୫ ଏକର ଜମିରେ ଡାଲି ଜାତୀୟ, ତୈଳବୀଜ ଏବଂ ପନିପରିବା ଚାଷ କରାଯାଉଛି ବୋଲି ଏ ପି ସି (NIC) କୃଷି ଅଧିକାରୀ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟ ଓ ଅଙ୍ଗନଓ୍ବାଡିଗୁଡିକୁ ଅଧିକରୁ ଅଧିକ କୃମିନାଶକ, ଆଇରନ୍ ଟାବଲେଟ୍ ଓ ଆଇ ଏଫ୍ ଏ ସିରପ|ଟାବଲେଟ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ବଅଁରପାଳ ଯୋଗାଣ ନିରିକ୍ଷକ ସ୍ବାୟଂପ୍ରଭା ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।





