ଭିନ୍ନକ୍ଷମ ମାନଙ୍କୁ ଉପକରଣ ସହାୟତା ନିମନ୍ତେ ଆକଳନ ଶିବିର ।
……………………………..
୩୧/୦୫/୨୦୨୩- ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ପରିସରରେ ବୁଧବାର ଦିନ ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକ ଙ୍କୁ ସହାୟତା ଉପକରଣ ପ୍ରଦାନ ନିମନ୍ତେ ବ୍ଲକସ୍ତରୀୟ ଆକଳନ ଶିବିର ଅନୁଷ୍ଠିତ ହୋଇଛି । ଅମ୍ବାଭୋନା ବ୍ଲକ ବିଡିଓ ପ୍ରଣବ କୁମାର ଚାନ୍ଦ,ବ୍ଲକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନ ଏବଂ ବ୍ଲକ ର କର୍ମକର୍ତ୍ତାଗଣ ଉପସ୍ଥିତ ରହିଥିଲେ । ଏହି ଶିବିର ରେ ଅମ୍ବାଭୋନା ବ୍ଲକ ଏବଂ ଭଟଲୀ ବ୍ଲକ ରୁ ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକଙ୍କ ଉପକରଣ ସହାୟତା ନିମନ୍ତେ ଆକଳନ କରାଯାଇ ପଂଜିକରଣ କରାଯାଇଥିଲା। ଏହି ଶିବିର ରେ ଡାକ୍ତର ଗୌରିଶଙ୍କର ବେହେରା, ନିହାର ରଞ୍ଜନ ସିଂ, ରାହୁଲ ଶର୍ମା ପ୍ରମୁଖ ଯୋଗଦେଇ ସର୍ବମୋଟ 200 ଜଣ ଦିବ୍ୟାଙ୍ଗ ଓ 23 ଜଣ ବରିଷ୍ଠ ନାଗରିକ ଙ୍କୂ ଯାଞ୍ଚ କରି ମାଗଣା ସହାୟକ ଉପକରଣ ଦେବାପାଇଁ ଚିହ୍ନଟ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅମ୍ବାଭୋନା ବ୍ଲକ କର୍ମଚାରୀ ତଥା ନବଜ୍ୟୋତି ଦିବ୍ୟାଙ୍ଗ ସଂଗଠନ ର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ବିଭିନ୍ନ ସାମାଜିକ ସଂଗଠନ ର ସଦସ୍ଯ ମଧ୍ଯ ଏହି ଶିବିର ରେ ଯୋଗଦାନ କରି ଅତି ଖରାରେ ଆସିଥିବା ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକଙ୍କୁ ଥଣ୍ଡା ପାଣି ଓ ସରବତ୍ ପ୍ରଦାନ କରିଥିଲେ ।ଅମ୍ବାଭୋନା ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍


April 22, 2026/
No Comments



