


ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କଲେ ସ୍ବେଛାସେବୀ
ଅନୁଗୋଳ ଜିଲ୍ଲାର ଵଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀ ର ଆଖ ପାଖରେ ଏକ ମହିଳା ବୁଲୁଥିବାର ସୂଚନା ପୂର୍ବରୁ ଥିଲା। ଗତ ୨୮ତାରିଖ ସକାଳେ ଡା ଏନି ରାଇଯାଦା ନାଲକୋ ମେଡ଼ିକାଲରେ କାର୍ଯ୍ୟରତ ତାଙ୍କ କ୍ୱାଟ ର କୁ ସେହି ମହିଳା ଆସି ବାରମ୍ବାର କଲିଙ୍ଗ ବେଲ୍ ବଜାଇ ଥିଲେ। ସେ ସଙ୍ଗେ ସଙ୍ଗେ ନାଲକୋ ସୁରକ୍ଷା କର୍ମୀଙ୍କ ସହାୟତା ରେ ପୋଲିସ କୁ ଦେଇଥିଲେ। ପରେ ସେ ମହିଳା କାଣ୍ଡସର ସ୍କୁଲ ସାହିର ଅନିତା ଗୋଛାୟତ ବୋଲି ଜାଣିବାକୁ ପାଇଥିଲେ। ଅନିତା ଙ୍କ ମା ଖବର ପାଇ ଥାନାକୁ ଆସିଥିଲେ। ଅନିତା ଢେଙ୍କାନାଳ ଷଡ଼ଙ୍ଗୀ ରେ ବାହାଘର ହୋଇଥିଲା। ସ୍ବାମୀଙ୍କର ଅତ୍ୟାଚାର ସହି ନପାରି ବାପଘର କୁ ପଳାଇ ଆସିଥିଲେ। ତାଙ୍କର ଗୋଟେ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଧୀରେ ଧୀରେ ଅନିତା ଙ୍କ ମୁଣ୍ଡ ଖରାପ ହେବାକୁ ଲାଗିଲା। ଅଭାବ ଅନଟନ ଭିତରେ ଅନିତା ଙ୍କ ମା ବହୁତ ଡାକ୍ତର ଦେଖାଇଥିଲେ ମଧ୍ୟ ଭଲ ହୋଇ ନ ଥିଲେ। ଅନିତା ର ମା ସବୁ ଘଟଣା ଡ଼ା ଏନି ରାଇଯାଦା ଙ୍କୁ କହିଥିଲେ ଓ ତାଙ୍କ ଝିଅ କେମିତି ଭଲ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।ଡ଼ା ଏନି ରାଇଯାଦା ସଙ୍ଗେ ସଙ୍ଗେ ନାଲକୋ ଥାନା ଅଧିକାରୀ ଓ ସାଇ ଆତ୍ମାଦର୍ଶନ ଚାରିଟେବୁଲ ଟ୍ରଷ୍ଟ ର ସଂଯୋଜକ ଅଜୟ ତ୍ରିପାଠୀ, ସାମ୍ବାଦିକ ସୁଧାକର ସାହୁ ଓ ସମାଜ ସେବୀ ଚୁମୁକି ମହାଖୁଡ ଙ୍କ ସହାୟତାରେ ତାଳଚେର ମିଶନ ଆଶ୍ରାରେ ଥଇଥାନ କରିଥିବା ପ୍ରକାଶ କରିଛନ୍ତି।
ଚୈତନ୍ୟ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ





