(ଇଡିକୋ ଜମି ଅଧିଗ୍ରହଣ କୁ ଅଳସୁଧା ଗ୍ରାମବାସୀ ଙ୍କ ବିରୋଧ )
ଜଗତସିଂହପୁର
ତା 3/5/23
ଜଗତସିଂହପୁର ବ୍ଲକ ଅଳସୁଧା ପଞ୍ଚାୟତ ନିପୁର ଠାରେ ଥିବା 62ଏକର ଗୋଚର ଜମି ଉପରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ଜମି ଅଧିଗ୍ରହଣ କରିବା ନିମନ୍ତେ ମାପ ଚୁପ ଆରମ୍ଭ କରି ସୀମା ନିର୍ଧାରଣ କରାଯାଉଥିଲା |ଏହାକୁ ଶତାଧିକ ଗ୍ରାମବାସୀ ବିରୋଧ କରିଥିଲେ |ଘଟଣା ସ୍ଥଳରେ ଇଡିକୋ କର୍ତ୍ତୃପକ୍ଷ, ଅତିରିକ୍ତ ତହସିଲଦାର,ଆର ଆଇ,ଅମିନ ଙ୍କୁ ହଟ ହଟା ହେବାକୁ ପଡିଥିଲା | ପରେ ପ୍ରଶାସନିକ ଅଧିକାରୀ ଗ୍ରାମବାସୀ ଙ୍କୁ ଅନେକ ବୁଝା ସୁଝା କରିଥିଲେ |ହେଲେ ଗ୍ରାମବାସୀମାନେ ଜ଼ିଲ୍ଲା ପ୍ରଶାସନ ର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ | 62ଏକର ଗୋଚର ଜମି ଙ୍କୁ ଜ଼ିଲ୍ଲା ପ୍ରଶାସନ ଅକ୍ତିଆର କଲେ ଶହ ଶହ ଚାଷ ଜମି ପ୍ରଭାବିତ ହେବ ||ଜଳ ନିଷ୍କାସନ ହୋଇପାରିବ ନାହିଁ | ଗୋ ପ୍ରାଣୀ ଙ୍କ ଚରାଭୂମି ଲୋପ ପାଇବ |ଚାଷ କାର୍ଯ୍ୟ ନିମନ୍ତେ ଗାଡି ମୋଟର ଯାତାୟତ କରିପାରିବ ନାହିଁ |ଜନ ସାଧାରଣ ଙ୍କ ହିତ ଦୃଷ୍ଟିରୁ ଜ଼ିଲ୍ଲା ପ୍ରଶାସନ ଜନତାଙ୍କ ସମସ୍ୟା ପ୍ରଥମେ ସମାଧାନ କରୁ ତାହାପରେ ଶିଳ୍ପ ପ୍ରତିଷ୍ଠା କରୁ ନଚେତ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





