ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ଆକାଶ
କୋରେଇ / ରସୁଲପୁର, ୦୭/୦୬ : ବାଲେଶ୍ୱର ବାହାନଗା ଠାରେ ଶତାଦ୍ଦୀର ହୃଦୟବିଦାରକ ରେଳ ଦୁର୍ଘଟଣା ଦେଶବାସୀଙ୍କ ଆଖିରେ ଲୁହ ଭରିଦେଇଛି । ଏତେ ବଡ ରେଳ ଦୁର୍ଘଟଣାରେ ଅନେକ ଲୋକଙ୍କର ଆଖିପିଛୁଳାକେ ମୃତ୍ୟୁ ଘଟଣାରେ ମାନବସମାଜ ମର୍ମାହତ । ଆଜି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କୋରେଇ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରସୁଲପୁର ବ୍ଲକ୍ ଲକ୍ଷ୍ମୀନଗର ଗ୍ରାମପଞ୍ଚାୟତ କୃଷ୍ଣନଗର ଗ୍ରାମର ସ୍ୱର୍ଗତଃ ଜିତେନ୍ଦ୍ର ସାହୁ, ପିତା- ନରେନ୍ଦ୍ର ସାହୁଙ୍କ ବାସଭବନରେ ପହଞ୍ôଚଥିଲେ ପୂର୍ବତନ ବିଧାୟକ ଆକାଶ ଦାସନାୟକ, ମାନ୍ୟବର ମୋ କଲେଜ ଅଧ୍ୟକ୍ଷ, ଓଡିଶା ସରକାର । ଶ୍ରୀ ଦାସନାୟକ ସ୍ୱର୍ଗତଃ ସାହୁଙ୍କ ପିତା, ମାତା, ସ୍ତ୍ରୀ ଓ ଦୁଇ ଛୋଟ ପୁଅଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଥିଲେ । ଅମରଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ସଞ୍ଜୟ କୁମାର ପ୍ରଧାନ, ରମାକାନ୍ତ ବେହେରା, ବିଭୁତି ଭୂଷଣ ସାହୁ, ନାରାୟଣ ସାହୁ, ମଧୁସୂଦନ ବେହେରା, ଶତ୍ରୁଘ୍ନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।





