ବିଜେଡି ପକ୍ଷରୁ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା
ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏହା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନୂଆ ଘୋଷଣା କରାଯାଇଛି। ସେହି ଅନୁସାରେ ଦଳ କେବଳ ବ୍ରହ୍ମପୁର ମହାନଗର ନିଗମର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛି। ନୂଆ ନିଯୁକ୍ତି ଅନୁସାରେ ବ୍ରହ୍ମପୁର ମହାନଗର ନିଗମର ସଭାପତି ଭାବେ ବିଜୟ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି ଦିଆଯାଇଛି।
ଏଥିରେ ୧୪ ଜଣ ଉପସଭାପତିଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଜଗନ୍ନାଥ ମିଶ୍ରଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ସେହିପରି ଏହି ନୂଆ ନିଯୁକ୍ତିରେ ୧୬ ଜଣ ସାଧାରଣ ସଂପାଦକ ଏବଂ ୩୨ ଜଣ ସଂପାଦକ ଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନୂଆ ଘୋଷଣା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।





