ମଦବିକ୍ରି ବିରୋଧରେ ତାତିଲେ ମହିଳା
ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତକୁ ମଦମୁକ୍ତ କରିବାକୁ ମହିଳା ମାନେ ଏକତ୍ରିତ ହୋଇଛନ୍ତି। ସରକାରୀ ଲାଇସେନ୍ସ ପ୍ରାପ୍ତ ଚୋରା ମଦ ବିକ୍ରିକୁ ବିରୋଧ କରିଛନ୍ତି। ଏହା ଦ୍ବାରା ପରିବାରରେ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳିଗୋଳ ଓ ମାରପିଟ୍ ହେବା ସହ ଅଶାନ୍ତି ସୃଷ୍ଟି ହୋଇଛି। ପଞ୍ଚାୟତ ର ବରୁଡ଼ି ପଶି ଗ୍ରାମରୁ ଆଜି ଶତାଧିକ ମହିଳା ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ମଦବିରୋଧି ସ୍ଲୋଗାନ ମାନ ଦେଇ ପଦ୍ମକେଶରୀ ପୁର, ପଦ୍ମପୁର, କୋଡଖମଣ, ଯମୁନାପଶି, ଗୋଡ଼ିପୋଖରି ଗ୍ରାମ ଆଦି ପରିକ୍ରମା କରି ଯମୁନାପଶି ଗ୍ରାମପଞ୍ଚାୟତ ରେ ପହଞ୍ଚି ଥିଲେ। ପଞ୍ଚାୟତରେ ମଦ ବିକ୍ରି ବନ୍ଦ କରିବା ପାଇଁ ସରପଞ୍ଚ ଶଶିଭୂଷଣ ନାଏକ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଶଭାଯତ୍ରା ଶେଷରେ ଏକ ସଭା ଯମୁନାପଶି ହାଟପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ସଭାରେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ର ଦ୍ରୋପଦୀ ମହନ୍ତ ଏବଂ ଅଲ୍ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନର ପ୍ରକାଶ ମଲ୍ଲିକ ସେମାନଙ୍କ ବକ୍ତବ୍ୟରେ ମଦମାଦକ ଦ୍ରବ୍ୟର ସଂପୂର୍ଣ୍ଣ ନିଷେଧ ପାଇଁ ଦୃଢ଼ ଦାବି ପୋଷଣ କରିଥିଲେ। ୱାଡମେମ୍ବର ତେଜସ୍ଵୀନି ନାଏକ, ଆରତୀ ନାଏକ, ସବିତା ମହାକୁଡ଼, ଲକ୍ଷ୍ମୀପ୍ରିୟା ନାଏକ, ହିରାମଣି ନାଏକ, ମଞ୍ଜୁଲତା ମହାନ୍ତ, ଭୁବନାନନ୍ଦ ସର୍ଦ୍ଧାର, କ୍ଷେତ୍ର ବାସୀ ନାଏକ, ଲୋକନାଥ ପାତ୍ର, ଆଦି ସହଯୋଗ କରିଥିଲେ। ମଦ ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ତିବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




