ଯାଜପୁର ( ଦକ୍ଷିଣ ).. ବିଜେପି ବିଜେଡି ମେଣ୍ଟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ମେଣ୍ଟ ସୁନିଶ୍ଚିତ ନେଇ ଶେଷ ପର୍ଯ୍ୟାୟରେ। ରାଜ୍ୟରେ ବିଜେଡିକୁ ୯ ଲୋକସଭା ଓ ୯୮ ବିଧାନସଭା ଆସନ ଏବଂ ବିଜେପିକୁ ୧୨ ଲୋକସଭା ଓ ୪୯ ବିଧାନସଭା ଆସନ ଚୁଡାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି। ଏହା ଯଦି ସତ ହୁଏ ତେବେ ଯାଜପୁର ଲୋକସଭା ଆସନ ବିଜେପି ହାତକୁ ଯିବାର ସମ୍ଭାବନା ରହିଛି। ଯଦି ଯାଜପୁର ଲୋକସଭା ଆସନ ବିଜେପି ହାତକୁ ଯାଏ ତେବେ ଏଠାରୁ ଅମୀୟ ମଲ୍ଲିକଙ୍କ ନାମ ପ୍ରାର୍ଥୀ ତାଲିକାରେ ପ୍ରଥମେ ରହିଛି। ଏହା ସତ ହେଲେ ବିଜେଡି ସମର୍ଥକମାନେ ଏହାକୁ କେତେଦୂର ସମର୍ଥନ ଦେବେ ତାହା ସମୟ କହିବ। କଂଗ୍ରେସ କାହାକୁ ପ୍ରାର୍ଥୀ କରିଵ ଚୁଡାନ୍ତ ହୋଇନାହିଁ।ଵହୁ ଆଶାୟୀ ସ୍ୱାଧିନ ଭାଵେ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି। ସେହିପରି ମେଣ୍ଟ ହେଲେ ଧର୍ମଶାଳା ନିର୍ବାଚନମଣ୍ଡଳୀ ଆସନଟି ବିଜେଡି ହାତକୁ ଯିବାର ଅଧିକ ସମ୍ଭାବନା ରହିଛି। ଧର୍ମଶାଳା ଆସନ ବିଜେଡି ଭାଗରେ ପଡ଼ିଲେ ଵହୁ ଆଶାୟୀ ପ୍ରାର୍ଥୀ ମୁଣ୍ଡ ଟେ

କିଵେ। ଆଶାୟୀ ତାଲିକାରେ ବର୍ତ୍ତମାନର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ସତିଶ ବିଶ୍ୱାଳ ଓ ଶ୍ରୀକାନ୍ତ ସାହୁଙ୍କ ନାମ ରହିଛି। ଟିକେଟ ନମିଳିଲେ ଶ୍ରୀକାନ୍ତ ପ୍ରାର୍ଥୀ ହେବେ ନାହଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ବର୍ତ୍ତମାନର ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଗତ ୨୦୧୯ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡାଙ୍କୁ ରେକଡ ସଂଖ୍ୟକ ୪୫ ହଜାରରୁ ଊର୍ଦ୍ଧ୍ଵ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ। ବର୍ତ୍ତମାନର ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ଆଗରେ ରହିଛି। ଏଠାରେ ଆଉ କେହି ଆଖି ଦୃଷ୍ଟିଆ ଦାବିଦାର ନଥିବାରୁ ତାଙ୍କ ଟିକେଟ ଏକପ୍ରକାର ସୁନିଶ୍ଚିତ ହେଵାରେ ସନ୍ଦେହ ନାହିଁ। ମେଣ୍ଟ ହେଲେ ବିଜେପି ପ୍ରାର୍ଥୀ ଦେବନାହିଁ। ତେଣୁ କଂଗ୍ରେସ ହେଵ ମୁଖ୍ୟ ପ୍ରତିଦ୍ବନ୍ଦୀ। କଂଗ୍ରେସରୁ ମଧ୍ୟ ଦୁଇଜଣ ଆଶାୟୀ ରହିଛନ୍ତି। ଆଶାୟୀଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ବ୍ଲକ କଂଗ୍ରେସ ସଭାପତି କିଷାନ ପଣ୍ଡା ଓ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ମଧୁପୁର ଗଡ ରାଜଜେମା ଅପର୍ଣ୍ଣା ଧୀର ସିଂ ଙ୍କ ନାମ ରହିଛି। ଏଠାରେ କଂଗ୍ରେସର ସ୍ଥିତି ଦୃଢ଼ ନଥିବାରୁ ପ୍ରାର୍ଥୀ ଯିଏବି ହୁଅନ୍ତୁ ନା କାହିଁକି ମଇଦାନରେ ଲଢେଇ ଜୋରଦାର ହେବନାହିଁ। ତେଣୁ ବିଜେଡ଼ିକୁ ଆସନଟି ମିଳିଲେ ବିଜୟ ସୁନିଶ୍ଚିତ ହେଵ ଏଥିରେ ସନ୍ଦେହ ନାହିଁ।




