ନାଲକୋ ଅନୁଗୋଳ ଠାରେ ଭିଜିଲାନ୍ସ ସତର୍କତା ସେମିନାର ଆୟୋଜିତ
ବଅଁରପାଳ, ୧୦/ ୧୧ : ଭାରତ ସରକାରଙ୍କ ନବରତ୍ନପ୍ରାପ୍ତ ନ୍ୟାଶନ୍ୟାଲ ଏଲୁମିନିୟମ କମ୍ପାନୀ ନାଲକୋ,ଏହାର ଅନୁଗୋଳ ଠାରେ ଥିବା ସ୍ମେଲ୍ଟର ଓ ପାୱାର କମ୍ପ୍ଲେକ୍ସରେ ଭିଜିଲେନ୍ସ ସତର୍କତା ସପ୍ତାହ ପାଳିତ କରିଛି । ଏହି ସତର୍କତା ସପ୍ତାହ ପାଳନ ଅବସରରେ ଏକ ସେମିନାରର ଆୟୋଜିତ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଏସ୍ ଆଣ୍ଡ୍ ପି କମ୍ପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ଏନ ସୁବ୍ରମନ୍ୟମ ପ୍ରଦୀପ ପ୍ରଜ୍ୱୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିଲେ । ମୁଖ୍ୟବକ୍ତା ରୂପେ ଜେଭିୟାର ମ୍ୟାନେଜମେଣ୍ଟ ଅନୁଷ୍ଠାନରୁ ପ୍ରୋଫେସର ଅରଜିତ ମିତ୍ରା ଅଂଶଗ୍ରହଣ କରିଥିଲେ ଓ ଭିଜିଲେନ୍ସ ସମ୍ପର୍କରେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ । ଅନ୍ୟାନ୍ୟ ଗଣମାନ୍ୟ ଅତିଥି ରୂପେ ଶ୍ରୀ ଶୁଭେନ୍ଦୁ କୁମାର ନାୟକ,ଜିଜିଏମ ପ୍ରଶାସନ ଓ ମାନବ ସମ୍ବଳ ,ତଥା ଶ୍ରୀ ଅମରେନ୍ଦ୍ର ମିଶ୍ର, ଜିଜିଏମ (ସି.ପି.ପି )ଏହି ସେମିନାରରେ ବିଶେଷ ରୂପେ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି ସମସ୍ତ ଗଣମାନ୍ୟ ଅତିଥିଗଣ ଭିଜିଲେନ୍ସର ଆବଶ୍ୟକତା,ଏହାର ଉପାଦେୟତା ଓ ଏହି ବର୍ଷର ଶୀର୍ଷକ ‘କଲଚର ଓଫ ଇଣ୍ଟେଗ୍ରୀଟି ଫୋର ନେଶନସ ପୋସ୍ପେରିଟୀ ‘ ସମ୍ପର୍କରେ ଆଲୋକପାତ କରିଥିଲେ ।



