ଭୂବନେଶ୍ୱର, ୨୭/୦୩ : ଆଜି ବିଧାନସଭା ଘେରାଉ କରିବାପାଇଁ ସାରା ରାଜ୍ୟରୁ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ । ଏହା ପୂର୍ବରୁ ଆନ୍ଦୋଳନ ପାଇଁ ରାଜଧାନୀ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା ଅଭିଯୋଗ କରିଛି କଂଗ୍ରେସ । ସୋନପୁର-ବଲାଙ୍ଗୀର ମଝିରେ ଥିବା ଟୋଲଗେଟରେ ଅନେକ କଂଗ୍ରେସ କର୍ମୀଙ୍କୁ ଅଟକାଇଛି ପୋଲିସ ।
ଝାରସୁଗୁଡ଼ାରେ ମଧ୍ୟ ଜିଲ୍ଲା କଂଗ୍ରେସ ଯୁବ ସଭାପତି ଶାହରୁକ୍ ଖାଁ, ଟାଉନ ସଭାପତି ଦେବାନନ୍ଦ ବାରିକ ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଆଜି ରାମ ମନ୍ଦିର ସାମ୍ନାରୁ ପଦଯାତ୍ରାରେ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ କଂଗ୍ରେସର ପ୍ରତିବାଦ ରାଲି । ଏହି ଆନ୍ଦୋଳନର ନେତୃତ୍ବ ନେବେ ମହିଳା । ନାରୀ ନିର୍ଯାତନା ପ୍ରସଙ୍ଗ ସହିତ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କୁ ଯେଉଁଭଳି ଅସମ୍ମାନ କରାଯାଇଛି ତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବ ଦଳ।



