ସୂର୍ଯ୍ୟକୁମାର ଯାଦବ ଆଇପିଏଲ 2025ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ବର୍ତ୍ତମାନ ତାଙ୍କୁ ନେଇ ରହିଛି ଏକ ଖୁସି ଖବର । ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନେକ ଥର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କିନ୍ତୁ ସେ IPL 2025 ର ପ୍ରଥମ ମ୍ୟାଚ୍ ରେ କିଛି ଖାସ ପ୍ରଦର୍ଶନ କରି ପାରିନାହାଁନ୍ତି ।
ହେଲେ ବର୍ତ୍ତମାନ ଭିନ୍ନ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି କ୍ରିକେଟର ସୂର୍ଯ୍ୟକୁମାର ଯାଦବ ।ଫର୍ଚ୍ୟୁନ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା। ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବ ଦେଓନାରର ଗୋଦରେଜ୍ ସ୍କାଏ ଟେରାସ୍ରେ ଦୁଇଟି ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ମୋଟ କାର୍ପେଟ ଏରିଆ ପ୍ରାୟ 4222.76 ବର୍ଗଫୁଟ ରହିଛି ।ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ମୂଲ୍ୟ ପ୍ରାୟ 21.11 କୋଟି ଟଙ୍କା। ଫ୍ଲାଟ କିଣିବା ଉପରେ 1.26 କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ପୈଠ କରାଯାଇଛି। ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ଭିତର ଫଟୋ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ବର୍ତ୍ତମାନ ସୂର୍ଯ୍ୟ IPLରେ ପାଇଁ ବ୍ୟସ୍ତ ଅଛନ୍ତି ।ସେ ସିଜିନର ପ୍ରଥମ ମ୍ୟାଚ୍ରେ ମୁମ୍ବାଇର ଅଧିନାୟକତ୍ୱ ମଧ୍ୟ କରିଥିଲେ। ସିଜିନର ମୁମ୍ବାଇର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଥିଲା। ଏଥିରେ ତାଙ୍କୁ ୪ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଲା।



