*ଜାଗ୍ରତ ଭାରତ ନ୍ୟୁଜର ପ୍ରଭାବ, ଗଣ ମାଧ୍ୟମର ହସ୍ତକ୍ଷେପ ପରେ ସ୍ବଚ୍ଛତାକୁ ଜିଲ୍ଲା ପ୍ରଶାସନର ଗୁରୁତ୍ବ*

ବରଗଡ଼ (ପବିତ୍ରା ମେହେର) ::”ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ” ଟୋପ ପଞ୍ଚାୟତ ପ୍ରଶାସନ ପ୍ରତି ଲୋକଙ୍କ ଧାରଣା ଏବେ ବଦଳି ଯାଇଛି। ଏଇ ଧାରଣା ବଦଳାଇବାରେ ଗଣ ମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବାରମ୍ବାର ଖବର ପ୍ରସାରଣ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଗୋଚରକୁ ଆଣି ଚେଇଁ ଶୋଇଥିବା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିବାରେ ସକ୍ଷମ ହୋଇଛି ଜାଗ୍ରତ ଭାରତ ନ୍ୟୂଜ୍। ପ୍ରଶାସନ ସ୍ୱଚ୍ଛ ବାତାବରଣ ସୃଷ୍ଟି କରିବାକୁ ଅତ୍ୟନ୍ତ ତତ୍ପରତାର ସହ ଲାଗିପଡ଼ିଛି ଅଳିଆ ଆବର୍ଜନା କୁଣ୍ଡକୁ ସଫା କରିବାରେ । ଟ୍ରାକ୍ଟର ଲଗାଇ ଲୋକଙ୍କୁ ନେଇ ଚାଲିଛି ଅଳିଆ ଆବର୍ଜନା କୁଣ୍ଡକୁ ସଫା କରିବାରେ ।ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରକୁତରେ ଗାଁ ଠୁ ସହର ସବୁଠି ପରିବେଶକୁ ସ୍ୱଚ୍ଛ ନିର୍ମଳ ତଥା ଶାନ୍ତିର ବାତାବରଣରେ ରଖିବା କାହାର ଦାୟିତ୍ୱ? ଗଣମାଧ୍ୟମର ଚତୁର୍ଥସ୍ତମ୍ଭ ଭାବରେ ଜନତାଙ୍କ ସ୍ୱରକୁ ପ୍ରଶାସନ ପାଖରେ ପହଞ୍ଚାଇବା ସହିତ ନିଜ ଦାୟିତ୍ଵ ସୂଚାରୁରୂପେ ସମ୍ପନ୍ନ କରିଥିବାରୁ ସମସ୍ତେ ଉପକୃତ ହୋଇପାରିଛନ୍ତି।ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋପ ଗ୍ରାମ ପଂଚାୟତ ସ୍ଥିତ ସିଂହପାଲି ଗାଁ ମୁଣ୍ଡରେ ରହିଛି “ଅଳିଆ ଆବର୍ଜନା”କୁଣ୍ଡ । ପଂଚାୟତ ପ୍ରଶାସନ ନିର୍ମଳ ପରିବେଶ ସୃଷ୍ଟି ପାଇଁ ଧ୍ୟାନ ଦେଉ ନ ଥିବାରୁ ସରପଞ୍ଚଙ୍କ କର୍ମକୁ ଲୋକେ ଘୃଣା କରିବା ସହିତ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ପଞ୍ଚାୟତ ପ୍ରଶାସନ ଏବେ ସ୍ବଚ୍ଛତା ପ୍ରତି ଦୃଷ୍ଟି ଦେଉଛି ।




