ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଛୋଳ ପଞ୍ଚାୟତର ଗୈଡିହ ଛକ ଠାରେ ଥିବା ବରୁଣେଇ ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷା କର୍ମଚାରୀ ଅନାଦି ଚରଣ ସାହୁଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଓ ବାର୍ଷିକୋ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବିଂଝାରପୁର ବ୍ଳକ ବିଡ଼ିଓ ହିତାଶୁ ଶେଖର ସାମଲ।ମୁଖ୍ୟ ବକ୍ତା ଭାବେ ସରପଞ୍ଚ କଳ୍ପନା ବେହେରା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ଖରସ୍ରୋତା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ପତି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ଓଷ୍ଟାର ଉପଦେଷ୍ଟା ସୁବାଷ ଚନ୍ଦ୍ର ପ୍ରଧାନ। ବ୍ଳକ ଓଷ୍ଟାର ସଂପାଦକ ଭରତ ଚନ୍ଦ୍ର ନାୟକ।ସିଆରସି ଜିବି ନୋଡାଲର ଦେବେନ୍ଦ୍ର କୁମାର ନାୟକ। ବିଂଝାରପୁର ଏବିଇଓ ଏସକେ ନିଜାମୁଦ୍ଦିନ ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନା,ନିଶାକର ସାହୁ,ପ୍ରମୋଦ କୁମାର ବେହୁରିଆ ,ମାଧବ ଚନ୍ଦ୍ର ଧଳ, ଉର୍ବଶୀ ଧଳ,ମମତା ଦାସ,ସୈଦାମିନୀ ରାଉତ, ରେଣୁକା ଜେନା, ଉତ୍କଳ ବାରିକ ମଦନ ବିହାରି ବେହେରାଙ୍କ ସମେତ ଶତାଧିକ ଛାତ୍ରୀ,ଅଭିଭାବକ, ଗ୍ରାମବାସୀ ମାନେ ଯୋଗଦେଇଥିଲେ।ଏବଂ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ସିଲ୍,ମେଡାଲ ସହିତ ପୁଛଗୁଛ ଦେଇ ପୁରସ୍କୁତ କରିଥିଲେ ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




