ଭୂ-ଅର୍ଜନ ଅଧିକାରୀ ଓ ଜମିହରାଙ୍କ ପଞ୍ଚମ ମିଳିତ ଅଭିଯୋଗ ଶୁଣାଣି
ତାଳଚେର – ମହାନଦୀ କୋଲଫିଲଡ ଲିମିଟେଡ଼ ର ସ୍ବତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚମ ମିଳିତ ଜମିହରାପ୍ରଜାଙ୍କ ପାଇଁ ତାଳଚେର ଉପ- ଜିଲ୍ଲାପାଳ ଙ୍କ ସଭାଗୃହଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶିବିର ଗତ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଶୁଣାଣି ଶିବିରକୁ ଉପ- ଜିଲ୍ଲାପାଳ ସମୀର କୁମାର ଜେନା ମହୋଦୟ ଅଧ୍ୟକ୍ଷତା କରିଥିଲେ । ଶିବିରରେ ମହାନଦୀ କୋଲଫିଲଡ ଲିମିଟେଡ଼ ର ସ୍ବତନ୍ତ୍ର ଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ, ସମସ୍ତ କ୍ଷେତ୍ରର ଭୂମି ଅଧିଗ୍ରହଣ ଅଧିକାରୀ, ପୁନଃ ସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ଯ୍ୟାଳୟ ର ଅଧିକାରୀ ପ୍ରେମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ଗ୍ରାମର ଜମିହରା ପ୍ରଜା ମାନେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ । ଶିବିରରେ ସମୁଦାୟ ୧୪ ଟି ଅଭିଯୋଗ ଗ୍ରହଣ ହୋଇ ସେଗୁଡିକର ଶୁଣାଣି ହୋଇଥିଲା । ଏହି ୧୪ ଟି ଅଭିଯୋଗ ମଧ୍ୟରୁ ୧୧ ଟି ଅଭିଯୋଗ ର ତୁରନ୍ତ ନିଷ୍ପତି ଗ୍ରହଣ କରାଯାଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

