ବଡ଼ବିଲ ପୌରପାଳିକାପକ୍ଷରୁ ଖାଦ୍ୟସାମଗ୍ରୀ ପ୍ରସ୍ତୁତ କରୁଥିବା ଦୋକାନ ଗୁଡ଼ିକୁ ଯାଞ୍ଚ କରିବା ସହ ଏକସପ୍ତାହ ପାଇଁ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ
କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢ଼ୁଥିବା ଡାଇରିଆ ର ପ୍ରଭାବକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ପୂର୍ବକ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଅଛି। ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ପକ୍ଷରୁ ଡାଇରିଆ ସଂକ୍ରମଣ କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ବଡ଼ବିଲ ପୌରାଞ୍ଚଳ ରେ ଥିବା ସମସ୍ତ ଖାଦ୍ୟ ସାମଗ୍ରୀ ଦୋକାନ ଗୁଡ଼ିକୁ ଯାଞ୍ଚ୍ କରାଯିବା ସହ ଦୋକାନ ଗୁଡ଼ିକୁ ଏକ ସପ୍ତାହ ପାଇଁ ବନ୍ଦ୍ ରଖିବାକୁ ନିର୍ଦ୍ଦେଶ ଜାରୀ କରାଯାଇଛି। ଯାହାକି ସୂଚନା ରହିଛି ଚମ୍ପୁଆ ଉପଖଣ୍ଡରେ ଡାଇରିଆ ତାର କାୟା ବିସ୍ତାର ଆରମ୍ଭ କରୁଥିବା ବେଳେ ବେଳ ଥାଉ ଥାଉ ଏହାକୁ ଆୟତ୍ତ କରାନଗଲେ ଏହା ଆଗାମୀ ଦିନରେ ଭୟଙ୍କର ମହାମାରୀ ରୂପ ଧାରଣ ନ କରିବ ତାହା କହିବା ଅସମ୍ବଭ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



