ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗାଁ ରେ ରଥ ଯାତ୍ରା ପାଳିତ ହୋଇଛି

ଧର୍ମଗଡ଼ / ଗୋଲାମୁଣ୍ଡା, ୨୭/୦୬ ରଥଯାତ୍ରା ପୁରୀ ଧାମରେ ପାଳନ ହେଉଥିବା ବେଳେ ଓଡ଼ିଶାର ଅନେକ ପୁରପଲ୍ଲୀରେ ମଧ୍ୟ ରଥ ଯାତ୍ରା ପାଳିତ ହୋଇଛି।ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ତଥା ଟିଙ୍ଗିପଦରଓ ଚପରିଆ ଠାରେ ରଥ ଯାତ୍ରା ପାଳିତ ହେଉଥିବା ଦେଖିବାକୁ ମିଳିଛି ।
ହଜାର, ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ରେ ନିଷ୍ଠା ସହକାରେ ପାଳନ କରୁଥିବା ଦେଖିବାକୁ ମିଳିଛି। ତିନି ଠାକୁର ଙ୍କୁ ପୂଜାର୍ଚ୍ଚନା ପରେ ରଥ ଉପରକୁ ଅଣାଯାଇଥିଲା ।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ଦେଖିବା କୁ ମିଳିଥିଲା । ଗୋଲାମୁଣ୍ଡା ଠାରେ ଘୋମୁରା,ସଂକୀର୍ତ୍ତନ ଦଳ , ଘୋଡ଼ା ନାଚ,ଦଣ୍ଡିଆ ନାଚ, ଘଣ୍ଟ ,ଶଙ୍ଖ,ହୁଳହୁଳି ଧ୍ବନି ଇତ୍ୟାଦିରେ ପ୍ରକମ୍ପିତ ହେଉଥିବା ଦେଖିବା କୁ ମିଳିଥିଲା ।
ବେଶ୍ ଆନନ୍ଦରେ ତିନୋଟି ରଥ କୁ ମାଉସୀ ମନ୍ଦିର ପର୍ଯ୍ୟନ୍ତ ଟଣା ଯାଇଥିଲା । ମାଉସୀ ମନ୍ଦିର ରେ ନବମ ଦିନ ପର୍ଯ୍ୟନ୍ତ ତିନି ଠାକୁର ଙ୍କୁ ନିଟିକାନ୍ତି ପୂଜାର୍ଚ୍ଚନା ସହ ଭୋଗ ଦିଆଯିବ ବୋଲି ପୂଜକ ମତ ପ୍ରକାଶ କରିଥିଲେ । ଦଶମ ଦିନରେ ତିନି ଠାକୁର ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମଧ୍ୟ ପ୍ରକାଶ ପାଇଛି ।
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ





