ଜାତୀୟ ସଂହତି, ଭାଇଚାରାର ବାର୍ଷା ନେଇ ଏକତା ପଦଯାତ୍ରା

ଅନୁଗୋଳ,ତା.୧୯.୧୧:- ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀପାଳନ ଅବସରରେ କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଅନୁଗୋଳ ଷ୍ଟାଡିୟମ ଠାରୁ ‘ଏକତା ପଦଯାତ୍ରା ’ ବାହାରିଥିଲା । ଭାରତୀୟ ଏକତା ଓ ଅଖଣ୍ଡତାର ପୁରୋଧା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଊସ୍ଗୀକୃତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଊଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କିପରି ଗଡଜାତ ରାଜ୍ୟଗୁଡିକୁ ଭାରତ ସହିତ ମିଶ୍ରଣ କରିଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଆଜିର ଯୁବ ପିଢି ସର୍ଦ୍ଦାର ପଟେଲଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ ଏବଂ ନିଜକୁ ସ୍ବାବଲମ୍ବୀ ମଣିଷ ରୂପେ ଗଢି ତୋଳିବା ପାଇଁ ମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବ,ଲପୁର ସାଂସଦ ଙ୍କ ପ୍ରତିନିଧୂ ଶ୍ରୀ ସୁଦିପ ଗଡନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ପ୍ରମୁଖ ସମ୍ମାନୀତ ଅତିų ଭାବେ ଯୋଗ ଦେଇଥିଲେ । ପୂର୍ବରୁ ଆୟୋଜିତ ହୋଇଥୁବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ବନ୍ଦେ ମାତରମ୍, ଭାରତ ମାତା କି ଜୟ, ଜାତୀୟ ଏକତା ଜିନ୍ଦାବାଦ ନାରା ସହ ‘ଏକତା ପଦଯାତ୍ରା ’ ଅନୁଗୋଳ ଷ୍ଟାଡିୟମ ଠାରୁ ବାହାରି ଥାନା ଛକ, ରାଜା ଛକ, ବଜାର ଛକ, ହରି ମହୁରୀ ଛକ ଦେଇ ଅନୁଗୋଳ ଷ୍ଟାଡିୟମ ଠାରେ ପହଞ୍ଚିଥିଲା । ପଦଯାତ୍ରାରେ ପାଇକ ଆଖଡା, ବିଭିନ୍ନ ସାଂସ୍କୃତିକ ଦଳ ରଣ କୌଶଳ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ପଦଯାତ୍ରାରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ପୂର୍ବତନ ସାମରିକ ବାହିନୀ, ସ୍ୱେଛାସେବୀ ସଙ୍ଗଠନର କର୍ମକର୍ତ୍ତା, ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ । ଜିଲ୍ଲା କ୍ରୀଡା ଅଧୂକାରୀ ଶ୍ରୀ ଅକ୍ଷୟ କୁମାର ସିଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।



